ଆମେରିକା ରଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ଶପଥ ସମାରୋହରେ ଠୁମକା ଲଗାଇବେ ବଲିଉଡ ଅଭିନେତ୍ରୀ

43

ଆମେରିକାର ନୂଆ ରାଷ୍ଟ୍ରପତି ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ଆମେରିକାର ନୂଆ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ଶପଥ ଗ୍ରହଣ ସମାରୋହରେ ଦେଖିବାକୁ ମିଳିବ ବଲିଉଡର ତଡକା ।

ସୂଚନା ଅନୁସାରେ, ନୂଆ ବର୍ଷ ଅବସରରେ ଆମେରିକା ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହରେ ନୃତ୍ୟ ପ୍ରଦର୍ଶନ କରିବେ ବଲିଉଡ ଅଭିନେତ୍ରୀ ମନସ୍ୱୀ ମମଗଇ । ପୂର୍ବ ମିସ ଇଣ୍ଡିଆ ଓ ଆକ୍ଟ୍ରେସ ମନସ୍ୱୀ ଟ୍ରମ୍ପଙ୍କର ଜଣେ ବଡ ଫ୍ୟାନ ବୋଲି କୁହାଯାଉଛି ।

ଟ୍ରମ୍ପଙ୍କ ପ୍ରି-ଇନୋଗ୍ରେସନ ଇଭେଂଟରେ ବଲିଉଡ ଡ୍ୟାନ୍ସ ଗ୍ରୁପକୁ ଲୀଡ କରିବେ ମନସ୍ୱୀ । ୨୦୧୪ରେ ଅଜୟ ଦେବଗନଙ୍କ ସହ ଆକ୍ସନ ଜ୍ୟାକସନରେ ଅଭିନୟ କରିଥିଲେ ମନସ୍ୱୀ ।