ପୁଣି ବାଜି ମାରିଲେ ମୁକେଶ ଅମ୍ବାନୀ : ୫୦ଅରବ ଡଲାର ଟପିଲା ସମ୍ପତି

44

ପୁଣି ବାଜି ବାଜି ମାରିଲେ ମୁକେଶ ଅମ୍ବାନୀ । ଦେଶର ସବୁଠାରୁ ଧନଶାଳୀ ବ୍ୟବସାୟୀ ହେଉଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିର ମାଲିକ ମୁକେଶ ଅମ୍ବାନୀ । ବ୍ଲୁମବର୍ଗ ବିଲିୟନେୟର ଇଣ୍ଡେକ୍ସ ପକ୍ଷରୁ ଧନୀ ବ୍ୟବସାୟୀଙ୍କ ତାଲିକା ପ୍ରକାଶ ପାଇଛି । ଯେଉଁଥିରେ ମୁକେଶ ଅମ୍ବାନୀ ୧୧ତମ ସ୍ଥାନରେ ରହିଛନ୍ତି । ତେବେ ଖୁବ୍ ଶୀଘ୍ର ୧୦ମ ସ୍ଥାନରେ ମୁକେଶ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଘରୋଇ ସେୟାର ବଜାରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ସେୟାର ବୃଦ୍ଧି ପାଇବାରେ ଲାଗିଛି । ଯାହାର ଫାଇଦା ମୁକେଶ ଅମ୍ବାନୀଙ୍କୁ ମିଳିଛି । ବର୍ତମାନ ତାଙ୍କର ସମ୍ପତି ସାଢେ ୩ଲକ୍ଷ କୋଟିରୁ ଅଧିକ ବା ୫୦ ଅରବ ଡଲାରରୁ ଅଧିକ ରହିଛି । ଅମ୍ବାନୀ ଆମେରିକୀୟ ବ୍ୟବସାୟୀ ଓରକେଲ କରପୋରେସନ ମୁଖ୍ୟ ଲେରୀ ଏଲିସନଙ୍କ ଠାରୁ ମାତ୍ର କେଇ ପାଦରେ ପଛରେ ଅଛନ୍ତି । ଲିଷ୍ଟରେ ମୁକେଶ ଅମ୍ବାନୀ ୱାଲମାର୍ଟ ମୁଖ୍ୟ ଜିମ୍ ୱାଲଟନ୍, ରୋବ ୱାଲଟନ୍ ଓ ଏଲିଶ ୱାଲଟନଙ୍କୁ ପଛରେ ପକାଇଦେଇଛନ୍ତି । ପ୍ରକାଶିତ ତାଲିକାରେ ୧୨ତମ ସ୍ଥାନରେ ରହିଛନ୍ତି ଫ୍ରାନ୍ସର ବ୍ୟବସାୟୀ ଫ୍ରାନ୍ସୁଆ ବେଟନକୋର୍ଟ ମେୟର୍ସ ।

ସୂଚନାଯୋଗ୍ୟ କିଛି ମାସ ପୂର୍ବରୁ ଖବର ଆସିଥିଲା ଦେଶକୁ ୨୦ ଦିନ ଯାଏଁ ଚଲାଇବାକୁ ସମର୍ଥ ମୁକେଶ ଅମ୍ବାନୀ । ଯଦି ଭବିଷ୍ୟତରେ କୌଣସି ଦେଶର ସରକାରଙ୍କୁ ଅର୍ଥ ସଙ୍କଟ ପଡେ, ତେବେ ଏଭଳି ପରିସ୍ଥିତି ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ନିଜ ଟଙ୍କାରେ ଦେଶକୁ ୨୦ ଦିନ ପର୍ଯ୍ୟନ୍ତ ଚଳାଇପାରିବେ ବୋଲି ଶୁଣିବା ପାଇଁ ମିଳିଥିଲା ।