୮ ବର୍ଷ ପରେ ଜୋରଧରିଲା ତଦନ୍ତ ଦାବି ! ପାରଦୀପରେ ବ୍ଲାକ ରୋଜ ଜାହାଜ ବୁଡି ଘଟଣାର ସିବିିଆଇ ତଦନ୍ତ ଦାବି କଲେ ବନ୍ଦର ଟ୍ରଷ୍ଟି
କନକ ବ୍ୟୁରୋ : ୮ ବର୍ଷ ପରେ ବହୁ ଚର୍ଚ୍ଚିତ ବ୍ଲାକ ରୋଜ ଜାହାଜ ବୁଡି ଘଟଣାରେ ତଦନ୍ତ ଦାବି ଜୋର ଧରିଛି । ପାରାଦୀପ ବନ୍ଦର ଠାରୁ ମାତ୍ର ଅଳ୍ପ ଦୂରରେ ବ୍ଲାକ ରୋଜ ବୁଡି ଯାଇଥିବା ବେଳେ ଆଜି ଯାଏଁ ଘଟଣା ପଛର ସତ ସାମ୍ନାକୁ ଆସିନି । ୯.୯.୨୦୦୯ରୁ ଉଠିଥିବା ପ୍୍ରଶ୍ନର ଉତର ଆଜି ଯାଏଁ ମିଳିପାରିନାହିଁ ।
Kanak News is now on WhatsApp
Join and get latest news updates delivered to you via WhatsApp
ବ୍ଲାକ ରୋଜ ବୁଡି ଘଟଣାର ସିବିଆଇ ତଦନ୍ତ ଦାବି ହୋଇଛି । ସମୁଦ୍ର ଭିତରେ ବ୍ଲାକ ରୋଜ ଜାହାଜ ବୁଡିଲା କେମିତି? ସେଥିରେ ଯାଉଥିଲା କଣ? ଏଥିରେ କିଛି ଚୋର ଜିନିଷ ଯାଉଥିଲା ନା କଣ? ଏମିତି ଅନେକ କିଛି ପ୍ରଶ୍ନ ଉଠାଇ ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି ପାରାଦୀପ ବନ୍ଦର ଟ୍ରଷ୍ଟର ଦୁଇ ଜଣ ଟ୍ରଷ୍ଟି । ଟ୍ରଷ୍ଟି ପ୍ରତାପ ମିଶ୍ର ଓ ଭୂବନମୋହନ ଜେନା କହିଛନ୍ତି ଏହା ପଛରେ କିଛି ପ୍ରଭାବଶାଳୀ ବ୍ୟକ୍ତି ହାତ ରହିଛି ।
ତତ୍କାଳୀନ ବନ୍ଦର କର୍ତୃପକ୍ଷଙ୍କ ସମ୍ପୃକ୍ତି ଥାଇ ପାରେ ବୋଲି ଏବେ ର ଟ୍ରଷ୍ଟି ସନ୍ଦେହ ପ୍ରକଟ କରିଛନ୍ତି । ଗତକାଲି ପାରାଦୀପ ବନ୍ଦର ଟ୍ରଷ୍ଟର ୨୦୧୭-୧୮ ବର୍ଷର ତୃତୀୟ ବୋର୍ଡ ବୈଠକରେ ବ୍ଲାକ ରୋଜ ବୁଡି ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି ହୋଇଛି । ବୈଠକରେ ସର୍ବସମ୍ମତି କ୍ରମେ ରେଜୁଲେସନ୍ ପାସ୍ ହୋଇ କେନ୍ଦ୍ର ସରକାରଙ୍କୁ ସୁପାରିସ କରାଯାଇଥିବା ଜଣାପଡିଛି ।