ନବୀନଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମକୁ ବିଜେପିର ଟାର୍ଗେଟ୍ ! ସମୀର ମହାନ୍ତି କହିଲେ, ଖସିଯାଇଥିବା ଲୋକପ୍ରିୟତା ବଂଚାଇବାକୁ ହେଉଛି ପ୍ରୟାସ
କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦିଙ୍କ ପରି ନବୀନଙ୍କର ମନ୍ କି ବାତ୍ କାର୍ଯ୍ୟକ୍ରମ । ଶିଶୁ ଦିବସରେ ନବୀନଙ୍କ ମନ କି ବାତ କାର୍ଯ୍ୟକ୍ରମକୁ ଟାର୍ଗେଟ କରିଛି ବିଜେପି । ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଧ୍ୱସଂ ପାଇଥିବା ବେଳେ ରାଜ୍ୟ ସରକାରଙ୍କ ଧନରେ ନେତାଙ୍କ ପ୍ରଚାର ହେଉଛି ବୋଲି ବିଜେପି ଅଭିଯୋଗ କରିଛି । ସାଧାରଣ କରଦାତାଙ୍କ ଟଙ୍କାରେ ମୁଖ୍ୟମନ୍ତ୍ରୀ ନିଜ ପ୍ରଚାର କରୁଛନ୍ତି ବୋଲି ବିଜେପି କହିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ନବୀନ ଖସିଯାଇଥିବା ଲୋକପ୍ରିୟତା ବଂଚାଇବାକୁ ଏପରି ପ୍ରୟାସ କରାଯାଉଛି ବୋଲି ସମୀର ମହାନ୍ତି କହିଛନ୍ତି । ବର୍ଷକୁ ୧୨୦ଦିନ ଶିକ୍ଷକ ରାଜରାସ୍ତାରେ ରହୁଛନ୍ତି, ୭ପ୍ରତିଶତ ସ୍କୁଲରେ ଜଣେ ଶିକ୍ଷକ, ୬୬ପ୍ରତିଶତ ସ୍କୁଲରେ ୩୦ଜଣ ପିଲାଙ୍କ ପାଇଁ ଜଣେ ଶିକ୍ଷକ ଏପରିକି ବିଦ୍ୟାଳୟ ଗୁଡିକ ବିଦ୍ୟୁତ ବ୍ୟବସ୍ଥା ନାହିଁ ଏବଂ କେବଳ କାଗଜପତ୍ରରେ ସୀମିତ ହୋଇରହିଛି ସର୍ବଶିକ୍ଷା ଅଭିଯାନ ବୋଲି ବିଜେପି ଅଭିଯୋଗ କରିଛନ୍ତି । ଏବଂ ଏପରିସ୍ଥିତିରେ ଏହି କାର୍ଯ୍ୟକ୍ରମରେ ପିଲାଙ୍କୁ ଜବରଦସ୍ତି ସାମିଲ କରାଯାଉଛି ବୋଲି ସମୀର ମହାନ୍ତି କହିଛନ୍ତି ।