ମହାନଦୀ ପ୍ରସଙ୍ଗରେ ମହାମିଛ କହୁଛନ୍ତି ସରକାର : ବିଜେପି

16

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମହାନଦୀ ପ୍ରସଙ୍ଗରେ ମହାମିଛ କହୁଛନ୍ତି ରାଜ୍ୟ ସରକାର । ଆଜି ପୁଣି ଏକ ସାମ୍ବାଦିକ ସମ୍ମିଳନୀ କରି ଏପରି ଅଭିଯୋଗ କରିଛି ରାଜ୍ୟ ବିଜେପି । ଛତିଶଗଡ ସରକାର ଦେଇଥିବା ଆଉ ଏକ ଚିଠି ଦେଖାଇ ସରକାର ମିଛ କହୁଥିବା ଦଳ ଅଭିଯୋଗ କରିଛି । ରାଜ୍ୟବାସୀଙ୍କ ଅନ୍ଧାରରେ ରଖିଛନ୍ତି ନବୀନ ସରକାର । କେବଳ ରାଜନୈତିକ ଫାଇଦା ନେବା ପାଇଁ ବିବାଦ ସୃଷ୍ଟି କରୁଛି ବିଜେଡି । କେଲୋ ପ୍ରକଳ୍ପ ନେଇ ଛତିଶଗଡ ସରକାର ଓଡିଶାକୁ ଚିଠି ଲେଖିଥିବା ବିଜେପି କହିଛି । ଏପରିକି ଜଳ ସଂପଦ ସଚିବ ଏହାର ଜବାବ ରଖିଥିବା ବିଜେପି ତଥ୍ୟ ଉପସ୍ଥାପନ କରିଛି ।