ବିଏମସିର ସ୍ଥାଣୁତା ଓ ଦୁର୍ନୀତି ବିରୋଧରେ ବିଜେପିର ଗର୍ଜନ ! ବିଏମସି ଅଫିସ ଘେରିଲେ ବିଜେପି କର୍ମୀ । ମୁଖ୍ୟମନ୍ତ୍ରୀ ଓ ମେୟରଙ୍କ ବିରୋଧରେ ନାରାବାଜି ।

31

କନକ ବ୍ୟୁରୋ : ନବୀନ ସରକାର ଓ ଭୁବନେଶ୍ୱର ମହାନଗର ନିଗମ ବିରୋଧରେ ଆଜି ଗର୍ଜିଛି ବିଜେପି । ବିଏମସିରେ ସ୍ଥାଣୁତା, ଅପାରଗତା ଓ ଦୁର୍ନୀତି ଚାଲିଥିବା ଦର୍ଶାଇ ଆଜି ବିଜେପି କର୍ମୀମାନେ ବିଏମସି ଅଫିସ ଘେରାଉ କରିଛନ୍ତି । ମୁଖ୍ୟମନ୍ତ୍ରୀ ଓ ବିଏମସି ମେୟରଙ୍କ ବିରୋଧରେ ନାରାବାଜି କରିଛନ୍ତି ବିଜେପି କର୍ମୀ । ବିଜେପିର ଶତାଧିକ କର୍ମୀ ବିଏମସି ଅଫିସ ଆଗେର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିକ୍ଷୋଭକୁ ଦୃଷ୍ଟିରେ ରଖି ବିଏମସି ଅଫିସ ଆଗରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ୮ ଫ୍ଲାଟୁନ ଫୋର୍ସ ମୁତୟନ ରହିଛନ୍ତି ।