ପ୍ରଭାତ ବିଶ୍ୱାଳଙ୍କ ଗିରଫଦାରୀ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ

27

କନକ ବ୍ୟୁରୋ: ପ୍ରଭାତ ବିଶ୍ୱାଳଙ୍କ ଗିରଫଦାରୀ ନେଇ ବିଜେପିର ପ୍ରେସମିଟ । ସାସଂଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଟାର୍ଗେଟ କରିଛି ବିଜେପି । ଆଚାର୍ଯ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଥିଲା ବେଳେ ସିସୋର ସହ ଚୁକ୍ତିନାମ କରିଥିଲେ । ଓଟିଡିସି ସହ ସିସୋରର କଣ ଚୁକ୍ତିନାମା ହୋଇଥିଲେ ସେ ନେଇ ସରକାର ଉତ୍ତର ଦିଅନ୍ତୁ ବୋଲି ବିଜେପି ଦାବି କରିଛି । ନବୀନ ଓ ବିଜେଡି ଭୟଭୀତ ଓ ବିଚଳିତ ବୋଲି ବିଜେପି କହିଛନ୍ତି ।

ସୂଚନା ମୁତାବକ, ସୋମବାର ରାତିରେ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ପଚରାଉଚରା ପାଇଁ ଡାକି ନେବା ପରେ ଗିରଫ କରିଥିଲା ସିବିଆଇ । ସିସୋର ସହ ଜମି କାରବାର ମାମଲାରେ ପ୍ରଭାତ ବିଶ୍ୱାଳ ଗିରଫ କରିଥିଲା ସିବିଆଇ । ତେବେ ଗିରଫ ପରେ ମାରାଥାନ ଜେରା କରି କୋର୍ଟ ଚାଲାଣ କରିଥିଲା ସିବିଆଇ ।

ରିମାଣ୍ଡର ଦ୍ୱିତୀୟ ଦିନରେ ପ୍ରଭାତ ବିଶ୍ୱାଳଙ୍କୁ ଚାଲିଛି ମାରାଥନ ଜେରା । ସିସୋର ସହ ଜମି କାରବାର ଓ ପତ୍ନୀଙ୍କ ଆକାଉଂଟକୁ ଆସିଥିବା ଟଙ୍କା ନେଇ ପଚରା ଉଚରା କରୁଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ଗତକାଲି ରାତିରେ ପ୍ରଭାତଙ୍କ ସମ୍ପର୍କୀୟଙ୍କ ଘରେ ସିବିଆଇ ଚଢାଉ କରିଛି ।