ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କ ବୟାନ ! ୨୦୧୯ରେ ଓଡିଶାରେ ଫୁଟିବ ପଦ୍ମ

36

କନକ ବ୍ୟୁରୋ : ୨୦୧୯ରେ ଶ୍ରୀଜଗନ୍ନାଥଙ୍କ ଚରଣରେ ପଦ୍ମ ଫୁଟିବ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ବିଜେପିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର । ଓଡିଶା ଯେବେ ଆଗକୁ ଯିବ, ସେତେବେଳେ ଦେଶ ଆଗକୁ ବଢିବ । ଦଳର ବିଜୟ ସହ ସାଂଗଠନିକ ସୁଦୃଢତା ଆଣିବା ପାଇଁ ଓଡିଶାରେ ଆସନ୍ତା ୧୪ ଓ ୧୫ ତାରିଖରେ ଜାତୀୟ କାର୍ଯ୍ୟକାରିଣୀ ବୈଠକ ବସିବ ବୋଲି ସମ୍ବିତ ପାତ୍ର କହିଛନ୍ତି ।

ନୂତନ ଭାରତ ଗଠନ ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଏହିକ୍ରମରେ କେନ୍ଦ୍ର ସରକାର ଗରିବ ଓ ଚାଷୀଙ୍କ ଉନ୍ନତିକୁ ପ୍ରାଥମିକତା ଦେଉଛନ୍ତି । ତେଣୁ ଜନଧନ ଯୋଜନା ଜରିଆରେ ଚାଷୀ ଓ ଗରିବଙ୍କୁ ଯୋଡିବାକୁ ଉଦ୍ୟମ ଜାରି ରହିଛି ବୋଲି ସମ୍ବିତ ପାତ୍ର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଏଥିସହ ୟୁପି ବିଜୟ ପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେ ଧନ୍ୟବାଦ ଦେଇଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-