ଶିଶିର ମିଶ୍ରଙ୍କୁ ହିଞ୍ଜିଳିରୁ ପ୍ରାର୍ଥୀ କଲା ବିଜେପି: ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଲଢିବେ ନିର୍ବାଚନ

1,390

କନକ ବ୍ୟୁରୋ: ୨୦୨୪ ନିର୍ବାଚନ ପାଇଁ ବିଧାନସଭା ପ୍ରାର୍ଥୀ ଘୋଷଣା କରିଛି ବିଜେପି । ପ୍ରଥମ ପର୍ଯ୍ୟାୟରେ ୧୧୨ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଯେଉଁମାନଙ୍କ ମଧ୍ୟରେ ୧୭ ଜଣ ବିଧାୟକଙ୍କୁ ପୁଣି ଭରସା କରିଛି ଦଳ । ଯେଉଁମାନେ ଗତ ବିଧାନସଭା ନିର୍ବାଚନରେ ଦଳୀୟ ଟିକେଟରୁ ବିଜୟୀ ହୋଇଥିଲେ । ତେବେ ଏହାରି ଭିତରେ ହିଞ୍ଜିଳି ଆସନକୁ ନେଇ ଚର୍ଚ୍ଚା ହେଉଛି । କାରଣ ହିଞ୍ଜିଳି ଆସନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ପାଇଁ ପ୍ରାର୍ଥୀ ହୋଇଥିଲା ବେଳେ ବିଜେପି ସେଠୁ କାହାକୁ ପ୍ରାର୍ଥୀ କରିଛି ତାକୁ ନେଇ ଚର୍ଚ୍ଚା ହେଉଛି ।

ହିଞ୍ଜିଳି ଆସନ ପାଇଁ ବିଜେପିର ୨୦୨୪ ନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଛନ୍ତି ଶିଶିର ମିଶ୍ର । ଗତ ବିଧାନସଭା ନିର୍ବାଚନରେ ପିତାମ୍ବର ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଥିଲା ବିଜେପି । ହେଲେ ନବୀନ ପଟ୍ଟନାୟକଙ୍କ ବିରୋଧରେ ପିତାମ୍ବର ଆଚାର୍ଯ୍ୟ ବହୁ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ । ତେଣୁ ଦଳ ସେଠୁ ପିତାମ୍ବର ଆଚାର୍ଯ୍ୟଙ୍କ ବଦଳରେ ଶିଶିର ମିଶ୍ରଙ୍କୁ ଭରସା କରିଛି ।