ଦୃଶ୍ୟମ ସିନେମା ଦେଖି କଂଗ୍ରେସ ନେତ୍ରୀଙ୍କ ହତ୍ୟା ଷଡ଼ଯନ୍ତ୍ର ରଚିଲେ ବିଜେପି ନେତା ! ଉଭୟଙ୍କ ମଧ୍ୟରେ ଥିଲା ଅବୈଧ ସମ୍ପର୍କ

372

କନକ ବ୍ୟୁରୋ : ମଧ୍ୟପ୍ରଦେଶର ଇନ୍ଦୋରରେ ୨୨ ବର୍ଷୀୟ କଂଗ୍ରେସ ନେତ୍ରୀ ଟ୍ୱିଙ୍କିଲ ଡାଗରେ ହତ୍ୟାକାଣ୍ଡ ରହସ୍ୟ ଉପରୁ ପରଦା ଉଠିଛି । ୬୫ ବର୍ଷୀୟ ଭାଜପା ନେତା ଜଗଦୀଶ କରୋତିଆଙ୍କ ପରିବାର ଲୋକ ଓ ଜଣେ ସହଯୋଗୀ ମିଳିତ ଭାବେ ହତ୍ୟାକାଣ୍ଡ ଘଟାଇଥିଲେ । ଖୁବ ଚତୁରତାର ସହ ବିଜେପି ନେତ୍ରୀଙ୍କର ହତ୍ୟା କରାଯାଇଥିଲା । ଯେପରି ପୋଲିସ କୌଣସି ସୁରାକ୍ ନପାଏ ତା’ର ମଧ୍ୟ ବନ୍ଦୋବସ୍ତ କରାଯାଇଥିଲା । ହେଲେ ଶେଷରେ ଧରାପଡ଼ିଲେ ହତ୍ୟାକାରୀ ।

ଭାଜପା ନେତା ଜଗଦୀଶ କରୋତିଆ ଓ କଂଗ୍ରେସ ନେତ୍ରୀ ଟ୍ୱିଙ୍କିଲ ଡାଗରେଙ୍କ ମଧ୍ୟରେ ଥିଲା ତାଙ୍କର ଅବୈଧ ସମ୍ପର୍କ । ସେ ଜଗଦୀଶଙ୍କ ସହ ରହିବା ପାଇଁ ଚାହିଁଥିଲେ । ତେବେ ଜଗଦୀଶଙ୍କ ପିଲାମାନେ ରାଜି ନେହେବାରୁ ଟ୍ୱିଙ୍କିଲଙ୍କୁ ମାରିବା ପାଇଁ ଯୋଜନା କରାଗଲା । ଦୃଶ୍ୟମ ସିନେମା ଦେଖି ହତ୍ୟାର ଷଡ଼ଯନ୍ତ୍ର ରଚାଯାଇଥିଲା । ଏବଂ ପୋଲିସକୁ ଭୁଆଁ ବିଲାଇବା ପାଇଁ ସିନେମା ଷ୍ଟାଇଲରେ ପ୍ରମାଣ ନଷ୍ଟକରାଯାଇଥିଲା ।

ସୂଚନା ଅନୁସାରେ ଜଗଦୀଶ କରୋତିଆ, ପୁଅ ବିଜୟ କୋରତିଆ, ଅଜୟ କୋରତିଆ, ବିନୟ କରୋତିଆ ଦଓ ସାଥୀ ନୀଲେଶ କଶ୍ୟପକୁ ଗିରଫ କରାଯାଇଛି । ପଚରାଉଚରା ପରେ ଅଭିଯୁକ୍ତ ଅଜୟ କହିଥିଲା ତା’ ବାପା ଓ ମୃତକାଙ୍କ ମଧ୍ୟରେ ଅବୈଧ ସମ୍ପର୍କ ଥିଲା । ଆଉ ସେ ବାପାଙ୍କ ସହ ରହିବା ପାଇଁ ଚାହୁଁଥିଲା । ଆଉ ଏଥିପାଇଁ ଘରେ ମାବାପାଙ୍କର ଝଗଡ଼ା ହେଉଥିଲା । ଏଥିପାଇଁ ସମସ୍ତେ ପରିବାର ଲୋକ ମିଶି ବିଜେପି ନେତ୍ରୀ ଟ୍ୱିଙ୍କିଲକୁ ରାସ୍ତାରୁ ହଟାଇବା ପାଇଁ ଷଡ଼ଯନ୍ତ୍ର କରିଥିଲେ । ଆଉ ଏହା ପୂର୍ବରୁ ଦେଖିଲେ ବଲିଉଡ଼୍ ସିନେମା ଦୃଶ୍ୟମ୍ ।

୨୦୧୬ ଅକ୍ଟୋବର ମାସରେ ଘଟିଥିଲା ଏହି ଘଟଣା । କୋରତିଆ ପରିବାରର ଲୋକେ ଓ ଜଣେ ସାଥୀ ମିଶି ବିଜେପି ନେତ୍ରୀକୁ ଜୀବନରୁ ମାରିଦେଇଥିଲେ । ହତ୍ୟା ପୁରାପୁରି ଦୃଶ୍ୟମ୍ ସିନେମା ପରି ଥିଲା । ପୋଲିସକୁ ଚକମା ଦେବା ପାଇଁ ଏକ ଟ୍ରକରେ ଅଭିଯୁକ୍ତଙ୍କ ମଧ୍ୟରୁ ଜଣକ ଫୋନ ଫୋପାଡ଼ି ଦେଇଥିଲେ । ଯଦ୍ୱାରା ପୋଲିସ ଅଭିଯୁକ୍ତକୁ ଖୋଜିବାରେ ଅସୁବିଧା ହେଉ । ହେଲେ ଶେଷରେ ଧରାପଡ଼ିଗଲେ ଅଭିଯୁକ୍ତ ।