ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ବିଜେପି କରିବ ଜନଜାଗରଣ ଯାତ୍ରା : ଆସନ୍ତା ୧୧ରୁ ସବୁ ଜିଲ୍ଲା ଓ ସବଡିଭିଜନ ଆଗରେ ବିକ୍ଷୋଭ

28

କନକ ବ୍ୟୁରୋ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ବିଜେପିର ଜନ ଜାଗରଣ କାର୍ଯ୍ୟକ୍ରମ । ଆସନ୍ତା ୧୧ ତାରିଖରେ ସବୁ ଜିଲ୍ଲା ଓ ସବଡିଭିଜନ ଆଗରେ ବିକ୍ଷୋଭ କରିବ ବିଜେପି । ଏହାସହ ୧୨ରୁ ସପ୍ତାହେ ବ୍ୟାପି ସାରା ରାଜ୍ୟର ଥାନା ଆଗରେ ଧାରଣା ଦିଆଯିବା ନେଇ ଏଫଆଇଆର ଦିଆଯିବ । ରାଜ୍ୟର ସବୁ ଜଗନ୍ନାଥ ମନ୍ଦିର ମାନଙ୍କରେ ସମୂହ ଦୀପଦାନ କରାଯିବ । ବିଜେପିର ଉଚ୍ଚସ୍ତରୀୟ ଟିମ ଆଜି ପୁରୀ ଯାଇ ଶ୍ରୀମନ୍ଦିର ପରିଦର୍ଶନ ପରେ ଜନ ଜାଗରଣ କାର୍ଯ୍ୟକ୍ରମ ନେଇ ଘୋଷଣା କରିଛନ୍ତି ।

dharmendra pradhan

ସୂଚନାଯୋଗ୍ୟ ରତ୍ନଭଣ୍ଡାରରେ ଚାବି ହଜିବା ପ୍ରସଙ୍ଗରେ ଗତକାଲି ନେଇ ମୁହଁ ଖୋଲିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଥିଲେ , କଥା ସତ ହୋଇଥିଲେ ସାଂଘାତିକ । ଏ ବାବଦରେ ମୁଖ୍ୟମନ୍ତ୍ରୀ କାହିଁ ଚୁପ ରହିଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ । ଏହି ପ୍ରସଙ୍ଗରେ କମିଶନ ବସାଇ ଆଖିରେ ଧୂଳି ଦେବା ପାଇଁ ଉଦ୍ୟମ କରାଯାଉଛି ବୋଲି ଧର୍ମେନ୍ଦ୍ର ଅଭିଯୋଗ ଆଣିଥିଲେ ।

supreme court
image courtesy – hindustantimes.com

ସେପଟେ ପୁରୀ ଶ୍ରୀମନ୍ଦିର ଅବ୍ୟବସ୍ଥା ନେଇ ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ । ଶ୍ରୀମନ୍ଦିର ଅବ୍ୟବସ୍ଥା ନେଇ ରୁଜୁ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି କରିଛନ୍ତି ଉଚ୍ଚତମ ନ୍ୟାୟାଳୟ । ଦେଶ ବିଦେଶରୁ ମନ୍ଦିରକୁ ଆସିଥିବା ଭକ୍ତ କିପରି ହଇରାଣ ନହୁଅନ୍ତି ସେ ନେଇ ଗୁରୁତ୍ୱ ଦେଇଛନ୍ତି । ଅନ୍ୟ ମନ୍ଦିର ପରିଚାଳନାରୁ ଶିକ୍ଷା ଲାଭ କରିବାକୁ କହିଲେ ସୁପ୍ରିମକୋର୍ଟ । ବୈଷ୍ଣୋ ଦେବୀ ଓ ତିରୁପତିର ଉଦାହରଣ ଦେଇଛନ୍ତି କୋର୍ଟ । ଜୁନ ୩୦ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ପୁରୀ ଜଜଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସିସିଟିଭିର କାର୍ଯ୍ୟକାରିତା ନେଇ ରିପୋର୍ଟ ଦାଖଲ କରିବାକୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର କତୃପକ୍ଷ ଏଥିରେ ସହଯୋଗ କରିବାକୁ ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ହାଇକୋର୍ଟ ଶୁଣାଣୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜୁଲାଇ ୫ରେ ପରବର୍ତୀ ଶୁଣାଣି ।