ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ବିଜେପି ବନ୍ଦ ବେଳେ ଅନେକ ସ୍ଥାନରେ ଭଙ୍ଗାରୁଜା ହୋଇଛି । ରାମ ମନ୍ଦିର ସାମନାରେ ଥିବା କେଏଫସି ଉପରେ ଆକ୍ରମଣ କରିଥିଲେ ଆନ୍ଦୋଳନକାରୀ । ଠେଙ୍ଗା ଧରି ଆନ୍ଦୋଳନକାରୀମାନେ କେଏଫସିରେ ଭଙ୍ଗାରୁଜା କରିଛନ୍ତି । କେଏଫସିର ସାମନା ପଟେ ଥିବା କାଚ ଓ ବୋର୍ଡକୁ ଠେଙ୍ଗାରେ ପିଟି ଭାଙ୍ଗିଦେଇଛନ୍ତି ଆନ୍ଦୋଳନକାର । ସେହିପରି ୧ ନମ୍ବରର ହାଟରେ ଆନ୍ଦୋଳନକାରୀ ମାନେ ପଶି ପରିବା ଦୋକାନରେ ସମସ୍ତ ପରିବା ଫୋପାଡି ନଷ୍ଟ କରିଦେଇଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
ସେହିପରି କଳ୍ପନା ଛକରେ ମଧ୍ୟ ବିଜେପି ପକ୍ଷରୁ ଜୋରଦାର ପ୍ରତିବାଦ କରାଯାଇଥିଲା । କଳ୍ପନା ଛକରେ ଟାୟର ଜାଳି ରାସ୍ତା ଅବରୋଧ କରିଥିଲେ ବିକ୍ଷୋଭକାରୀ । ଫଳରେ ସାଧାରଣ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ପୁଲିସ ବହୁ ବିଜେପି କର୍ମୀଙ୍କୁ ଗିରଫ କରିଛି ।