ଆଠଗଡରେ ନିର୍ବାଚନୀ ହିଂସା: ଦୋରଡ ପଂଚାୟତରେ ଦୁଇ ଗୋଷ୍ଠୀ ମୁହାଁମୁହିଁ

25

କନକ ବ୍ୟୁରୋ: ଆଠଗଡରେ ନିର୍ବାଚନୀ ହିଂସା । ଆଠଗଡର ଦୋରଡ ପଂଚାୟତରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ବିଜେଡି କର୍ମୀ ସୁବାଷ ଭୋଇ ଆଠଗଡ ଯାଉଥିବା ସମୟରେ ତାଙ୍କ ଉପରେ ଆକ୍ରମଣ କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ଦୋରଡ ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ସୁବାଷଙ୍କ ଉପରେ ଖଣ୍ଡାରେ ଆକ୍ରମଣ କରାଯିବା ସହ ଫଲ୍ସ ଫାୟାରିଂ ପରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି ।

ଗୋଷ୍ଠୀ ସଂଘର୍ଷରେ ସୁବାଷ ଆହତ ହୋଇଥିବାବେଳେ ତାଙ୍କୁ ଆଠଗଡ ଡାକ୍ତରଖାନାରେ ଭର୍ତି କରାଯାଇଛି । ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-