ବିଜେଡି ନେତାଙ୍କୁ ନବୀନ ନିବାସକୁ ଡାକରା । ଆରମ୍ଭ ହେଲା ବିଜେଡିର ଟିକେଟ୍ କସରତ ପ୍ରକ୍ରିୟା । ନବୀନ ନିବାସରେ ପୁରୀ ସଂସଦୀୟ କ୍ଷେତ୍ରର ନେତା । 

1,000

କନକ ବ୍ୟୁରୋ: ପୁରୀରୁ ଆରମ୍ଭ ହେଲା ବିଜେଡିର ଟିକେଟ୍ କସରତ । ନବୀନ ନିବାସରେ ପହଂଚିଛନ୍ତି ପୁରୀ ସଂସଦୀୟ କ୍ଷେତ୍ରର ନେତା । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସୁଛି । ନୟାଗଡ଼ ବିଧାୟକ ଅରୁଣ ସାହୁ, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ, ପିପିଲି ବିଧାୟକ ରୁଦ୍ର ମହାରଥୀ ନବୀନ ନିବାସରେ ପହଂଚିଛନ୍ତି । ସଂଜୟ ଦାସବର୍ମା ଓ ଶୁଭାଶିଷ ଖୁଣ୍ଟିିଆ ମଧ୍ୟ ନବୀନ ନିବାସ ଯାଇଛନ୍ତି ।