ଜେଲରୁ ମୁକୁଳିବେ ମୟୁରଭଂଜ ସାଂସଦ ରାମଚନ୍ଦ୍ର ହାଁସଦା : ଜାମିନ ମଂଜୁର କଲେ ସୁପ୍ରିମକୋର୍ଟ, ନବଦିଗନ୍ତ ଚିଟଫଣ୍ଡ ଠକେଇ ମାମଲାରେ ଯାଇଥିଲେ ଜେଲ
କନକ ବ୍ୟୁରୋ: ନବଦିଗନ୍ତ ଚିଟଫଣ୍ଡ ଠକେଇ ମାମଲାରେ ସାଂସଦ ରାମଚନ୍ଦ୍ର ହାଂସଦାଙ୍କୁ ଜାମିନ ମିଳିଛି । ସୁପ୍ରିମକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଭୁବନେଶ୍ୱରର ଝାରପଡା ଜେଲରେ ରହୁଥିବା ସାଂସଦ ହାଂସଦା ଏବେ ଜେଲରୁ ମୁକୁଳିବା ନେଇ ବାଟ ଫିଟିଛି । ପ୍ରାୟ ସାଢେ ୩ବର୍ଷ ଜେଲରେ ରହିବା ପରେ ହାଂସଦାଙ୍କୁ ସୁପ୍ରିମକୋର୍ଟ ଜାମିନ ଦେଇଛନ୍ତି । ରାମଚନ୍ଦ୍ର ହାଂସଦା ୨୦୧୪ରେ ମୟୂରଭଞ୍ଜରୁ ଲୋକସଭାକୁ ନିର୍ବାଚିତ ହେବା ପରେ ନବଦିଗନ୍ତ ଚିଟଫଣ୍ଡ ମାମଲାରେ ଛନ୍ଦି ହୋଇଯାଇଥିଲେ । ତାଙ୍କ ଘରୁ ସିବିଆଇର ରେଡ ସମୟରେ ୨୮ଲକ୍ଷ ଟଙ୍କା ଜବତ ହୋଇଥିଲା । ଏହି ଘଟଣା ସିବିଆଇର ସନ୍ଦେହକୁ ବଢାଇ ଦେଇଥିଲା । ଏହାପରେ ୨୦୧୪ ନଭେମ୍ବର ପ୍ରଥମ ସପ୍ତାହରେ ତାଙ୍କୁ ଗିରଫ କରିଥିଲା ସିବିଆଇ । ସୁପ୍ରିମକୋର୍ଟଙ୍କ ତତ୍ୱବଧାନରେ ୪୪ଟି ଚିଟଫଣ୍ଡ କମ୍ପାନୀ ବିରୋଧରେ ତଦନ୍ତ ଚାଲିଥିବା ବେଳେ ନବଦିଗନ୍ତ ଚିଟଫଣ୍ଡ ସଂସ୍ଥା ବିରୋଧରେ ମଧ୍ୟ ସିବିଆଇକୁ ଠକେଇର ପ୍ରମାଣ ମିଳିଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ନବଦିଗନ୍ତ କ୍ୟାପିଟାଲ ସର୍ଭିସେସ୍ ଲିମିଟେଡ୍ ଚିଟଫଣ୍ଡ ଠକେଇ ଘଟଣାରେ ଗିରଫ ହୋଇ ଜେଲରେ ଥିବା ମୟୂରଭଞ୍ଜ ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଓଡ଼ିଶା ହାଇକୋର୍ଟରେ ତାଙ୍କର ଜାମିନ ଆବେଦନ ଖାରଜ ହେବା ପରେ ସେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ମାମଲାର ବିବରଣୀରୁ ପ୍ରକାଶ ଯେ ନବଦିଗନ୍ତ ଗ୍ରୁପ୍ ଅଫ୍ କମ୍ପାନିଜ ସହିତ ଜଡିତ ଥିବା ଶ୍ରୀ ହାଁସଦାଙ୍କୁ ସିବିଆଇ ୨୦୧୪, ନଭେମ୍ବର ୪ରେ ଗିରଫ କରିଥିଲା। ତାଙ୍କ ସହିତ ନବଦିଗନ୍ତର ପ୍ରମୁଖ ଅଧିକାରୀ ଏବଂ ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ ଓ ହିତେଶ ବଗର୍ତ୍ତିଙ୍କୁ ମଧ୍ୟ ସିବିଆଇ ଗିରଫ କରିଥିଲା। ୨୦୧୫, ଫେବ୍ରୁଆରି ୧୯ରେ ଉପରୋକ୍ତ ୩ ଜଣଙ୍କ ସହିତ ନବଦିଗନ୍ତ ସିଏମଡି ଅଞ୍ଜନ କୁମାର ବଳିୟାରସିଂ, ନିର୍ଦ୍ଦେଶକ ପ୍ରଦୀପ ପଟ୍ଟନାୟକ, କାର୍ତ୍ତିକେୟ ପରିଡ଼ାଙ୍କ ବିରୋଧରେ ସିବିଆଇ ଅଦାଲତରେ ଚାର୍ଜସିଟ୍ ଦାଖଲ କରିଥିଲା।