ବିଧାନସଭାରେ ବିରୋଧୀଙ୍କ ଭୂମିକା ନେଇ ବିଜେଡି ବିଧାୟକଙ୍କ କଟାକ୍ଷ । କହିଲେ ସୁଆଙ୍ଗ କରୁଛନ୍ତି ବିରୋଧୀ ବିଧାୟକ

125

କନକ ବ୍ୟୁରୋ : ବିଧାନସଭାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ହେଉଛି ବଜେଟ ଅଧିବେଶନ । ଗତ ୨୧ ତାରିଖରୁ ଆରମ୍ଭ ହୋଇ ଗତ କାଲି ବ୍ୟୟ ମଞ୍ଜୁର ବିଲ ପାରିତ ହେଲା। ଏହି ଭିତରେ ୨୩ ଟି କାର୍ୟ୍ୟ ଦିବସରେ ବିରୋଧୀଙ୍କ କଣ ଭୂମିକା ଥିଲା । କେମିତି ଗୃହ ଭିତରେ ତାମସା କରୁଥିଲେ । କୌଣସି କାରଣ ନ ଥାଇ ଗୃହକୁ ଅଚଳ କରୁଥିଲେ। ତାହା ଓଡିଶାବାସୀ ଦେଖିଛନ୍ତି। ଏହା ପରେ ୪ ଟି କାର୍ଯ୍ୟ ଦିବସ ଥିଲା। ଏହା ପୂର୍ବରୁ ବନ୍ଦ ହେବା କିଛି ବଡ଼ କଥା ନୁହେଁ। ମାସେରୁ ଅଧିକ ଦିନ ଧରି ବିଧାୟକମାନେ ବିଧାନସଭାରେ ଭାଗ ନେଇଛନ୍ତି। ନିଜ ଅଞ୍ଚଳକୁ ଯାଇ ପାରି ନହାନ୍ତି। ଆମର ବ୍ୟୟ ମଞ୍ଜୁର ବିଲ ପାରିତ ଦିନ ମଧ୍ୟ ବିରୋଧୀ ଦଳର ଭୂମିକା ଆପଣମାନେ ଦେଖିଛନ୍ତି । ସେଥିରେ ମଧ୍ୟ ସହଯୋଗ କରି ନାହାନ୍ତି। ବିରୋଧୀ ଦଳଙ୍କ ପାଖରେ କୌଣସି ପ୍ରସଙ୍ଗ ନ ଥିଲା ବେଳେ ଏବେ ବିରୋଧ କରି ଏକ ସୁଆଙ୍ଗ କରୁଛନ୍ତି । ଲୋକ ବୁଝିସାରିଛନ୍ତି। ସେଥିପାଇଁ ସେମାନେ ବିରୋଧୀ ଦଳରେ ଅଛନ୍ତି। ଦିନକୁ ଦିନ ସେମାନେ ତଳକୁ ତଳକୁ ଯାଉଛନ୍ତି। ବିରୋଧୀ ଦଳ ଗୃହ ଚଳେଇବାରେ ବିରୋଧୀଙ୍କ ପ୍ରମୁଖ ଭୂମିକା ଥାଏ। ହେଲେ ବିଧାନସଭାର ଅନେକ ପ୍ରସଙ୍ଗ କୁ ସେମାନେ ବନ୍ଦ କରେଇ ଦେଇଛନ୍ତି। ଏଥିରୁ ବିରୋଧୀଙ୍କ ଆନ୍ତରିକତା ଜଣାପଡୁଛି’ । ବିଧାନସଭାରେ ବିରୋଧୀଙ୍କ ଭୂମିକାକୁ ନେଇ ବିଜେଡି ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି ଏଭଳି କଥା ।