ବିଜେଡି ନେତା ବିକ୍ଷୋଭ କରୁଛନ୍ତି ନା ଦାଦାଗିରି ? ଗଣମାଧ୍ୟମ ପ୍ରତିନିଧିଙ୍କୁ ବିଜେଡି ନେତାଙ୍କ ଦୁର୍ବ୍ୟବହାର ଅଭିଯୋଗ

15

କନକ ବ୍ୟୁରୋ : ବିଜେଡି ନେତା ବିକ୍ଷୋଭ କରୁଛନ୍ତି ନା ଦାଦାଗିରି ? ଗଣମାଧ୍ୟମ ପ୍ରତିନିଧିଙ୍କୁ ବିଜେଡି ନେତାଙ୍କ ଦୁର୍ବ୍ୟବହାର ଅଭିଯୋଗ। ସିଡବ୍ଲୁସି ଅଫିସ ସାମ୍ନାରେ  ବିଜେଡି ନେତାଙ୍କ ଦାଦାଗିରି।

ବିଜେଡିର ଅନଶନ ସମୟରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ପରିସ୍ଥିତି । ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଛନ୍ତି ବିଜେଡି ନେତା । ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି କନକ ନ୍ୟୁଜ୍ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର କରିଥିବା ସାମ୍ନାକୁ ଆସିଛି । ତେବେ ବିଜେଡି ନେତାଙ୍କ ଏଭଳି ଅସୌଜନ୍ୟ ବ୍ୟବହାରକୁ ନେଇ ଚାରିଆଡୁ ସମାଲୋଚନା ହୋଇଛି । ଏପରିକି ମହନଦୀ ପ୍ରସଙ୍ଗରେ ଶାସକ ଦଳର ଆନ୍ତରିକତାକୁ ନେଇ ଉଠିଛି ପ୍ରଶ୍ନ । ବିଜେଡି ନେତା ଓ କର୍ମୀ ବିଭିନ୍ନ ସ୍ଥାନରେ ବିରୋଧୀ କର୍ମୀଙ୍କୁ ଆକ୍ରମଣ କରୁଥିବାବେଳେ ପ୍ରଥମକରି ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର ଭଳି ଚିତ୍ର ସାମ୍ନାକୁ ଆସିଛି ।