କେଉଁ ଦଳ ସହିତ କିଏ ଅଛନ୍ତି ଲିଙ୍କରେ ତାକୁ ନେଇ ବଢ଼ିଲା ଚର୍ଚ୍ଚା : ପ୍ରତାପ ଦେବ କହିଲେ, ଆମ ଲିଙ୍କରେ ଅଛନ୍ତି ବିଜେପିର ଅନେକ ନେତା

381

କନକ ବ୍ୟୁରୋ : ବିଜେଡିର ୧୧୭ ବିଧାୟକ ବିଜେପି ଯୋଗାଯୋଗରେ ଥିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ପ୍ରତାପ ଦେବ । କହିଛନ୍ତି, ନିର୍ବାଚନ ଆସିଲେ ଏମିତି ଚର୍ଚ୍ଚା ଆରମ୍ଭ ହୁଏ । ୨୦୧୯ ନିର୍ବାଚନ ପୂର୍ବରୁ ଏପରି ଚର୍ଚ୍ଚା ହେଉଥିଲା । କିନ୍ତୁ ଏହାର ପରିଣାମ କ’ଣ ହେଲା, ତାହା ସମସ୍ତେ ଜାଣନ୍ତି । ଏବେ ଯେଉଁ ଚର୍ଚ୍ଚା ହେଉଛି, ସେଥିରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ । ଆମର କିଛି ବିଧାୟକ ବିଜେପି ଲିଙ୍କରେ ଅଛନ୍ତି ।

ଆଉ ତାଙ୍କର କିଛି ବିଧାୟକ ଆମ ଲିଙ୍କରେ ଥିବା କଥା କହିଛନ୍ତି ମନ୍ତ୍ରୀ ପ୍ରତାପ ଦେବ । ନିକଟରେ ଗଞ୍ଜାମ ଗସ୍ତରେ ଥିବା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଥିଲେ ଯେ ତାଙ୍କ ଯୋଗାଯୋଗରେ ୧୧୭ ବିଜେଡି ବିଧାୟକ ଅଛନ୍ତି । ଏହାର ଦିନକ ପରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ମଧ୍ୟ ଠିକ୍ ସମାନ କଥା କହିଥିଲେ । ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ବିଶ୍ୱେଶ୍ୱର କହିଥିଲେ ଯେ, ବିଜେଡିର ବହୁ ନେତା ବିଜେପି ସହ ଯୋଗାଯୋଗରେ ଅଛନ୍ତି ।