ଏୟାରଲିଫ୍ଟ ହୋଇ ଭୁବନେଶ୍ୱରରେ ପହଂଚିଲେ ପ୍ରସନ୍ନ ଆଚାର୍ଯ୍ୟ । ଦୁର୍ଘଟଣାରେ ଶିକାର ହୋଇ ହୋଇଛନ୍ତି ଗୁରୁତର

301

କନକ ବ୍ୟୁରୋ : ଦୁର୍ଘଟଣାରେ ଶିକାର ହୋଇ ଗୁରୁତର ହୋଇଥିବା ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଏୟାରଲିଫ୍ଟ କରାଯାଇ ଭୁବନେଶ୍ୱର ଅଣାଯାଇଛି । ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯିବାର ବ୍ୟବସ୍ଥା କରାଯାଇଛି । ତାଙ୍କୁ ସମ୍ବଲପୁରରୁ ଭୁବନେଶ୍ୱର ଏୟାରଲିଫ୍ଟ କରାଯାଇଛି । ପସନ୍ନ ଆଚାର୍ଯ୍ୟଙ୍କ ଗାଡି ବେଲଗଡ ଠାରେ ଦୁର୍ଘଟଣାରେ ଶିକାର ହୋଇଥିଲା । ତାଙ୍କ ମୁଣ୍ଡ, ମୁହଁ ଓ ଅନ୍ୟ ସ୍ଥାନରେ ଗମ୍ଭୀର ଆଘାତ ଲାଗିଥିବା ଜଣାପଡିଛି ।

ଦୁର୍ଘଟଣା ପରେ ତାଙ୍କୁ ସମ୍ବଲପୁରର ଏକ ଘରୋଇ ମେଡିକାଲରେ ଚିକିତ୍ସା କରାଯାଉଥିଲା । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କଥା କହିଛନ୍ତି ଚିକିତ୍ସା କରୁଥିବା ଡାକ୍ତର । ଗତକାଲି ବିଳମ୍ବିତ ରାତିରେ ସେ ଭୁବନେଶ୍ୱରରୁ ବରଗଡ ଯାଉଥିବା ବେଳେ ତାଙ୍କ ଗାଡି ଦୁର୍ଘଟଣାଗ୍ରସ୍ଥ ହୋଇଥିଲା । ଏହି ଦୁର୍ଘଟଣାରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ପିଏସଓ ଏବଂ ଡ୍ରାଇଭର ମଧ୍ୟ ଆହାତ ହୋଇଛନ୍ତି ।