ବୀରଭୂମ ହିଂସା ଘଟଣାରେ ପ୍ରଧାନମନ୍ତ୍ରୀ କହିଲେ ଦୋଷୀଙ୍କ ବିରୋଧରେ ହେଉ ଦୃଢ କାର୍ଯ୍ୟାନୁଷ୍ଠାନ । ଘଟଣାସ୍ଥଳର ଭିଡିଓ ରେକର୍ଡିଂ ସହ ପ୍ରମାଣ ନଷ୍ଟ ନକରିବାକୁ କୋଲକାତା ହାଇକୋର୍ଟ ଦେଲେ ନିର୍ଦ୍ଦେଶ

189

କନକ ବ୍ୟୁରାେ: ପଶ୍ଚିମବଙ୍ଗ ବାରଭୂମ ହିଂସା ଘଟଣାକୁ ନେଇ ବୟାନବାଜି ଜାରି । ଶାସକ ଦଳ ସ୍ଥିତି ନିୟନ୍ତ୍ରଣ ରହିଛି ବୋଲି କହୁଥିବାବେଳେ । ଏଭଳି ସ୍ପର୍ଶକାତର ବିଷୟରେ ରାଜ୍ୟପାଳଙ୍କ ବୟାନ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅନ୍ୟପଟେ ଏହି ପ୍ରସଙ୍ଗରେ ବିଜେପି ସାଂସଦ କେନ୍ଦ୍ର ଗୃହ ମନ୍ତ୍ରାଳୟରେ ଫେରାଦ ହେବା ପରେ ଜବାବ ତଲବ କରିଛନ୍ତି । ଆଉ ବିରୋଧୀ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରିଛନ୍ତି ।

ପଶ୍ଚିମବଙ୍ଗ ବୀରଭୂମ ହିଂସା ଘଟଣା ପରେ ଭୟରେ ଗାଁ ଲୋକେ ଘର ଛାଡୁଛନ୍ତି । ଟ୍ରଲିରେ ଆସବା ପତ୍ର ବୁହାଇ ଗାଁ ଲୋକେ ଅନ୍ୟତ୍ର ଯାଉଛନ୍ତି । ଟିଏମସି ନେତା ଭାଦୁ ଶେଖ ହତ୍ୟାର ଶିକାର ପରେ ବାଗୁଟି ଗାଁରେ ନିଆଁ ଲଗାଇଦେଇଥିଲେ ଦୁବୃର୍ତ୍ତ । ଏହାପରେ ୮ ଜଣ ଜୀବନ୍ତ ଦଗ୍ଧ ହୋଇଥିଲେ । ମୃତକଙ୍କ ପରିବାର ଲୋକେ କହିଛନ୍ତି, ହିଂସା ଭୟରେ ସେମାନେ ଆଉ ସୁରକ୍ଷିତ ମଣୁ ନାହାନ୍ତି ତେଣୁ ଗାଁ ଛାଡିଛନ୍ତି । ଅନ୍ୟପଟେ ଆଜି ଫରେନସିକ୍ ଟିମ୍ ଯାଇ ଘଟଣାସ୍ଥଳରେ ତଦନ୍ତ କରିଛନ୍ତି । ଡିଜିପି ମନୋଜ ମାଲବ୍ୟ କହିଛନ୍ତି, ଏହି ମାମଲାରେ ୧୧ ଜଣ ଗିରଫ ହୋଇଥିବା ବେଳେ ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଛି । ଗାଁରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ଟିଏମସି ନେତାଙ୍କ ହତ୍ୟା ପଛରେ ପୂର୍ବ ଶତ୍ରୁତା ରହିଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡଛି ।

ହିଂସା ଘଟଣାକୁ ନେଇ ବିବାଦରେ ରହୁଥିବା ମମତା ସରକାର ଏବେ ପୁଣିଥରେ ଅଡୁଆରେ ପଡିଛନ୍ତି । ରାଜ୍ୟପାଳ ଜଗଦୀପ ଧନଖେଡ କହିଛନ୍ତି ରାଜ୍ୟରେ ହିଂସା ଏବଂ ଅରାଜକତା ବଢି ଚାଲିଛି । ଆଉ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ରାଜ୍ୟପାଳଙ୍କ ବୟାନ ରାଜନୈତିକ ପ୍ରେରିତ । ଏପରି କରି ସରକାରକୁ ଧମକାଉଛନ୍ତି । ରାଜ୍ୟପାଳ ଏପରି ନକରିବା ଦରକାର । ବିରୋଧୀ ବିଜେପି କିନ୍ତୁ ରାଜ୍ୟରେ ବଢୁଥିବା ହିଂସାକୁ ଦେଖି ରାଷ୍ଟ୍ରପତି ଶାସନ ଦାବି କରିଛି । ଅନ୍ୟପଟେ ଏନସିପିସିଆର ତିନି ଦିନ ମଧ୍ୟରେ ପଶ୍ଚିମବଙ୍ଗ ପୁଲିସ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ରିପୋର୍ଟ ମାଗିଛି । ସେହିପରି କେନ୍ଦ୍ର ଗୃହ ମନ୍ତ୍ରାଳୟ ମଧ୍ୟ ଏ ନେଇ ରାଜ୍ୟ ସରକାରଙ୍କ ପାଖରୁ ରିପୋର୍ଟ ତଲବ କରିଛି ।

ଟିଏମସି ନେତାଙ୍କ ହତ୍ୟା ପରେ ବୀରଭୂମ ଜିିଲ୍ଲାର ରାମପୁର ହାଟ ନିକଟରେ ଥିବା ବାଗୁଟି ଗାଁରେ ଦୁବୃତ ବିଳମ୍ବିତ ରାତିରେ ନିଆଁ ଲଗାଇ ଦେଇଥିଲେ । ମୃତକଙ୍କ ମଧ୍ୟରେ ୨ ଛୋଟ ଛୁଆ, ତିନି ମହିଳାଙ୍କ ସମେତ ୮ ଜଣ ରହିଛନ୍ତି । ରାଜ୍ୟ ସରକାର ଏଡିଜିଙ୍କ ଜ୍ଞାନବନ୍ତ ସିଂହଙ୍କ ନେତୃତ୍ୱରେ ଏସଆଇଟି ଟିମ୍ ଗଠନ କରିଛନ୍ତି ।