୨୦୦୨ ଗୁଜରାଟ ଦଙ୍ଗା ସମୟରେ ହୋଇଥିବା ଗଣ ଦୁର୍ଷ୍କମ ମାମଲାରେ ନୂଆ ମୋଡ । ଗୁଜରାଟ ସରକାରଙ୍କ ନିଷ୍ପତି ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପୀଡିତା ବିଲକିସ ବାନୋ

133

କନକ ବ୍ୟୁରୋ : ୨୦୦୨ ଗୁଜରାଟ ଦଙ୍ଗା ସମୟରେ ଗଣଦୁଷ୍କର୍ମର ଶିକାର ହୋଇଥିବା ବିଲକିସ ବାନୋ ପୁଣି ଥରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସମୟ ପୂର୍ବରୁ ମାମଲାର ୧୧ଜଣ ଦୋଷୀ ଜେଲରୁ ଖଲାସା ହୋଇଛନ୍ତି । ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ରିଭ୍ୟୁପିଟିସନ ଦାଖଲ କରିଛନ୍ତି ବିଲକିସ ବାନୋ । ମାମଲାର ଶୁଣାଣୀ କରି ସୁପ୍ରିମକୋର୍ଟ କହିଥିଲେ ଯେ ୧୯୯୧ ରେମିସନ ପଲିସି ଅନୁସାରେ ଗୁଜରାଟ ସରକାର ଦୋଷୀମାନଙ୍କୁ ମୁକ୍ତ କରିପାରିବେ ।

ଉପରୋକ୍ତ ରାୟକୁ ଭିତି କରି ଗୁଜରାଟ ସରକାର ୧୧ଜଣ ଦୋଷୀଙ୍କୁ ଅଗଷ୍ଟ ୧୫ରେ ଜେଲରୁ ମୁକ୍ତ କରିଥିଲେ ଓ କହିଥିଲେ କି ଉତମ ଆଚରଣ ଯୋଗୁଁ ଦୋଷୀଙ୍କୁ ସମୟ ପୂର୍ବରୁ ଖଲାସା କରାଯାଇଛି । ବିଗତ ୨୫ବର୍ଷ ପୂର୍ବରୁ ବିଲକିସ ବାନୋ ଗର୍ଭବତୀ ଥିବା ସମୟରେ ତାଙ୍କ ସହ ଗଣଦୁର୍ଷ୍କମ କରାଯାଇଥିଲା । ଏଥିସହ ତାଙ୍କର ୩ବର୍ଷର ଝିଅ, ସ୍ୱାମୀ ସମେତ ୯ଜଣ ପରିଜନଙ୍କୁ ହତ୍ୟା କରାଯାଇଥିଲା