ବାଟ ହୁଡିଲା ବିଜୁ କେବିକେ ଯୋଜନା ! ଠିକାଦାରଙ୍କ ମନମୁଖୀ କାମ, କାର୍ଯ୍ୟାଦେଶ ମିଳିଥିବା ରାସ୍ତା କାମ ବଦଳରେ ନିର୍ମାଣ ହେଲା ଭିନ୍ନ ରାସ୍ତା
କନକ ବ୍ୟୁରୋ : ବିଜୁ କେବିକେ ଯୋଜନା ହେଲା ବାଟବଣା । କାର୍ଯ୍ୟାଦେଶ ମିଳିଥିବା ରାସ୍ତା କାମ ପରିବର୍ତେ ନିର୍ମାଣ ହେଲା ଭିନ୍ନ ରାସ୍ତା । ନବରଙ୍ଗପୁର ପଡାଲଗୁଡା ଛକରୁ ତେଲିଗୁଡା ଗାଁକୁ ରାସ୍ତା ନିର୍ମାଣ ପାଇଁ ୩୫ଲକ୍ଷ ଟଙ୍କା ଅନୁମୋଦନ ହୋଇଥିଲା । ହେଲେ କାମ ଶେଷ ବେଳକୁ ତେଲିଗୁଡା ଗାଁରୁ ୧କିଲୋମିଟର ପୂର୍ବରୁ ମଙ୍ଗଳାଗୁଡା ଗାଁକୁ ହେଲା ରାସ୍ତା ନିର୍ମାଣ । ଏହାକୁ ନେଇ ଏବେ ରାସ୍ତା ଓ ଗୃହ ବିଭାଜନ ବିଭାଗ ଓ ଜିଲ୍ଲା ଯୋଜନା ତଦାରଖ ବିଭାଗ ପରସ୍ପରକୁ ଦୋଷ ଦେଉଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ବାଟବଣା ହେଲା ବିଜୁ କେବିକେ ଯୋଜନା । ନବରଙ୍ଗପୁର ପଡାଲଗୁଡା ଛକରୁ ତେଲିଗୁଡା ଗାଁକୁ ରାସ୍ତା ନିର୍ମାଣ ପାଇଁ ୩୫ଲକ୍ଷ ଟଙ୍କା ଅନୁମୋଦନ ହୋଇଥିଲା । କିନ୍ତୁ ରାସ୍ତା ନିର୍ମାଣ ହେଲା ବେଳକୁ ପ୍ରୋଜେକ୍ଟ ପ୍ରୋପୋଜାଲକୁ ଅଣଦେଖା କରାଯାଇ ତେଲିଗୁଡା ଗାଁରୁ ୧କିଲୋମିଟର ପୂର୍ବରୁ ମଙ୍ଗଳାଗୁଡା ଗାଁକୁ ରାସ୍ତା ନିର୍ମାଣ କରାଯାଇଛି । ଦୀର୍ଘ ଦିନଧରି ତେଲିଗୁଡା ଗାଁକୁ ରାସ୍ତା ନିର୍ମାଣ ଦାବି ହେଉଥିବା ବେଳେ କାହା ସ୍ୱାର୍ଥରେ ମଙ୍ଗଳାଗୁଡା ଗାଁକୁ ରାସ୍ତା ନିର୍ମାଣ ହେଲା ସେ ନେଇ ଗ୍ରାମବାସୀ ପ୍ରଶ୍ନ କରିଛନ୍ତି ।
ଠିକାଦାରଙ୍କ ମନମୁତାବକ ଏହି ରାସ୍ତା କାମ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସେପଟେ ଏହାକୁ ନେଇ ଦୋଷ ଲଦାଲଦି ହୋଇଛନ୍ତି ଜିଲ୍ଲା ଯୋଜନା ତଦାରଖ ବିଭାଗ ଅଧିକାରୀ ଓ ରାସ୍ତା ଓ ଗୃହ ବିଭାଜନ ବିଭାଗ ଅଧିକାରୀ । ବିଭାଗର କାଗଜପତ୍ର ଅନୁଯାୟୀ ରାସ୍ତା ନିର୍ମାଣ କରାଯାଇଥିବା ଗୃହ ବିଭାଜନ ବିଭାଗ ଅଧିକାରୀ କହିଛନ୍ତି । ସେପଟେ ଟଙ୍କା ଅନୁମୋଦନ କରିବା ପରେ ପ୍ରୋଜେକ୍ଟ ଅନୁସାରେ କାମ କରିବା ସମ୍ପୃକ୍ତ ବିଭାଗର ଦାୟିତ୍ୱ ବୋଲି କହିଛନ୍ତି ଯୋଜନା ତଦାରଖ ବିଭାଗ ଅଧିକାରୀ । ବିଭାଗୀୟ ଅଧିକାରୀଙ୍କ ମନମୂଖି କାମ ଯୋଗୁଁ ବଳି ପଡିଛି ଯୋଜନା । ସେପଟେ ସମସ୍ୟାର ସମାଧାନ ପରିବର୍ତ୍ତେ ଉଭୟ ବିଭାଗ ଦୋଷ ଲଦାଲଦିରେ ବ୍ୟସ୍ତ ।