ଅବସର ନେବେ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ! ରାଜନୀତିରୁ ସନ୍ୟାସ ନେବା ନେଇ କନକ ନ୍ୟୁଜକୁ ଦେଲେ ସୂଚନା

110

କନକ ବ୍ୟୁରୋ : ଅବସର ନେବେ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ । ରାଜନୀତିରୁ ସନ୍ୟାସ ନେବା ନେଇ କନକ ନ୍ୟୁଜକୁ ସୂଚନା ଦେଇଛନ୍ତି ବିଜେଡିର ଏହି ବରିଷ୍ଠ ମନ୍ତ୍ରୀ । କହିଛନ୍ତି, ୨୦୧୯ ରେ ଟିକେଟ୍ ଯାଚିଲେ ବି ସେ ନିର୍ବାଚନ ଲଢିବେ ନାହିଁ ରାଜନୀତିରେ ୪୦ ବର୍ଷ ହୋଇଗଲାଣି । ତାଂକୁ ଆହୁରି ଅନେକ କାମ କରିବାର ଅଛି । ବର୍ତ୍ତମାନ ସକ୍ରିୟ ରାଜନୀତିରୁ ଓହରି ଯୁବବର୍ଗଙ୍କୁ ଦାୟିତ୍ୱ ଦିଆଯିବା ଉଚିତ । ଆସନ୍ତା ୧୦ ବର୍ଷ ଲୋକଙ୍କ ପାଇଁ କାମ କରିବେ ବୋଲି କହିଛନ୍ତି ମନ୍ତ୍ରୀ । ସେହିପରି ନିଜ ପୁଅକୁ ରାଜନୀତିକୁ ଆଣିବା ସଂପର୍କରେ ଜବାବ ରଖିଛନ୍ତି ମନ୍ତ୍ରୀ ବିଜୟଶ୍ରୀ । କହିଛନ୍ତି ଯଦି ତାର କ୍ଷମତା ଥିବ ସେ ଆସିବ । ତାକୁ ମୁଁ ନେଇକି ଗଛ ଚଢାଇବିନି । ବର୍ତ୍ତମାନ ବିଜେଡି ସରକାରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଅଛନ୍ତି ବିଜୟଶ୍ରୀ ରାଉତରାୟ ।