ବିଜୟ ମହାପାତ୍ର ସମର୍ଥକଙ୍କ ବିଶାଳ ସମାବେଶ । ବିଜୟଙ୍କୁ ସମ୍ବର୍ଦ୍ଧନା ଦେବାକୁ କେନ୍ଦ୍ରାପଡାରେ ଏକଜୁଟ୍ ହେଲେ ହଜାର ହଜାର ସମର୍ଥକ
ବିଜେପିରୁ ଇସ୍ତଫା ଦେବା ପରେ ପ୍ରଥମ ସଭା
କନକ ବ୍ୟୁରୋ: ବିଜୟ ମହାପାତ୍ର ସମର୍ଥକଙ୍କ ବିଶାଳ ସମାବେଶ । କେନ୍ଦ୍ରାପଡ଼ା ଗୋଜବାୟଣୀ ପୀଠରେ ବିଜୟ ମହାପାତ୍ରଙ୍କ ସମର୍ଥକ ମାନେ ଏକ ବିଶାଳ ସମାବେଶ କରିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ମା,ମାଟି ଓ ଯୁବ ଛାତ୍ରଙ୍କ ସ୍ୱାର୍ଥ ଓ ସ୍ୱାଭିମାନ ପାଇଁ ବିଜେପିରୁ ଇସ୍ତଫା ଦେଇଥିବା ବିଜୟ ମହାପାତ୍ରଙ୍କୁ ଏଠାରେ ସମ୍ବର୍ଦ୍ଧନା ଦିଆଯିବ ବୋଲି ତାଙ୍କ ସମର୍ଥକମାନେ କହିଛନ୍ତିା ବିଜେପିରୁ ଇସ୍ତଫା ଦେବା ପରେ ବିଜୟ କେଉଁ ଦଳରେ ଯୋଗଦେବେ ଆଗାମୀ ରାଜନୈତକ କାର୍ଯ୍ୟପନ୍ଥା ଏଯାଏଁ ସ୍ଥିର ହୋଇନଥିବା ବେଳେ ବିଜୟଙ୍କ ସମର୍ଥକଙ୍କ ଏଭଳି କାର୍ଯ୍ୟକ୍ରମକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି କାର୍ଯ୍ୟକମରେ ହଜାର ହଜାର ସମର୍ଥକ ଯୋଗ ଦେବାର ଜଣାପଡିଛି ।
କିଛି ଦିନ ତଳେ ବିଜେପିରୁ ଇସ୍ତଫା ପରେ ପ୍ରଥମ ଥର ପାଇଁ ଫେସବୁକ ଲାଇଭ କରିଥିଲେ ବିଜୟ ମହାପାତ୍ର । ଯେଉଁଥିରେ ସେ ନିକଟ ଅତୀତରେ ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଦେଇଥିବା ନେତାଙ୍କୁ ଅଭିନନ୍ଦନ ଜଣାଇବା ସହ ବିଗତ ଦୁଇ ବର୍ଷରେ ମଧ୍ୟରେ ତାଙ୍କ ପ୍ରତି ହୋଇଥିବା ଅନ୍ୟାୟକୁ ଓ ଦଳ ଭିତର ଅନେକ କଥାକୁ ସେ ସର୍ବସମ୍ମୁଖକୁ ଆଣିଥିଲେ ।
ବିଜୟ ମାହାପାତ୍ର ନିଜ ଫେସବୁକ୍ ପେଜରେ ତଥା ଫେସବୁକ୍ ଲାଇଭରେ କହିଥିଲେ କି, ଦୁଇ ବର୍ଷ ଭିତରେ ଯେଉଁପରି ଅପ୍ରୀତିକରି ପରିସ୍ଥିତି ସୃଷ୍ଟି ହୋଇଥିଲା, ଇସ୍ତଫା ଦେବା ଛଡ଼ା ଅନ୍ୟ କୌଣସି ଉପାୟ ନଥିଲା । ଇସ୍ତଫା ପରେ ପରେ ଓଡ଼ିଶାର ପ୍ରାୟ ୭ଟି ୮ଟି ଜିଲ୍ଲାର ରାଜନୈତିକ ବନ୍ଧୁମାନେ ଭେଟିକି ଆଲୋଚନା କରିଥିବା କହିଥିଲେ ବିଜୟ । ଏହାବ୍ୟତୀତ ଦିଲ୍ଲୀପ ରାୟ ଆସିବା ପରେ ହିଁ କିଛି ନିଷ୍ପତି ହେବା ପ୍ରସଙ୍ଗକୁ ଦୋହରାଇଥିଲେ ବିଜୟ ମହାପାତ୍ର । ଇସ୍ତଫା ପରର ନିଷ୍ପତି ଓଡ଼ିଶାର ଆଗାମୀ ରାଜନୀତି ପାଇଁ ନିର୍ଣ୍ଣାୟକ ନିଷ୍ପତି ହେବ । ଓଡ଼ିଶାର ସ୍ୱାଭିମାନ ଓ ସାମୁହିକ ପ୍ରଗତି ମୁଖ୍ୟ ପ୍ରସଙ୍ଗ ରହିବ ବୋଲି ବିଜୟ ମହାପାତ୍ର ଫେସବୁକ୍ ଲାଇଭରେ ସୂଚନା ଦେଇଥିଲେ ।