ଲୋକଙ୍କୁ ମିଛ କହି ଭୁଆଁ ବୁଲାଉଛି ବିଗବସ୍ ! ସାମ୍ନାକୁ ଆସିଲା ବିଗବସ୍ ଘରେ ଥିବା ଆଉ ଜଣେ ପ୍ରତିଯୋଗୀଙ୍କ ମିଛ ।
ଆରମ୍ଭ ହେବା ପରଠାରୁ ହିଁ ବିଭିନ୍ନ ପ୍ରକାରର ବିବାଦରେ ଛନ୍ଦି ହୋଇ ପଡ଼ିଛି ଭାରତର ସବୁଠାରୁ ବଡ଼ ରିୟାଲିଟି ସୋ’ ବିଗ୍ ବସ୍ । ଆରମ୍ଭରୁ ହିଁ ଏହି ସୋ’ ଏହାର ଦର୍ଶକମାନଙ୍କୁ ଧୋକା ଦେଇ ଆସୁଥିବା ଦେଖା ଯାଇଥିବା ବେଳେ ଏବେ ଆଉ ଏକ ଖବର ପୁଣି ଏହି ସୋ’କୁ ବିବାଦକୁ ଟାଣିଛି । ଆଗରୁ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କ ପ୍ରତିଯୋଗୀ ଭାବେ ସୋ’ରେ ପ୍ରବେଶ କରିବା ମିଛ ଥିବା ବେଳେ ପ୍ରତିଯୋଗୀ ଶିବାଶିଷ ଏବଂ ସୌରଭ ଦେଇଥିବା ପରିଚୟ ମିଛ ବୋଲି ସାବ୍ୟସ୍ତ ହୋଇଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
ଦୁଇ ଜଣ ବ୍ୟବସାୟୀ ଏବଂ କୃଷକ ଯୋଡ଼ି ହୋଇଥିବା ବେଳେ ଶିବାଶିଷ ଜଣେ ମଡ଼େଲ ଏବଂ ସୌରଭ ଜଣେ ଆସିଷ୍ଟାଣ୍ଟ କାଷ୍ଟିଙ୍ଗ ଡ଼ିରେକ୍ଟର ବୋଲି ଜଣା ପଡ଼ିଥିଲା । ଏବେ ଦୀପକ ଠାକୁରଙ୍କ ଯୋଡ଼ିଦାର ଉର୍ବଶୀ ରାଣା ମଧ୍ୟ ସୋ’କୁୁ ଆସିବା ପୂର୍ବରୁ ନିଜ ସହ ଜଡ଼ିତ କିଛି କଥା ମିଛ କହିଥିଲେ ବୋଲି ସାମ୍ନାକୁ ଆସିଛି ।
ସୂଚନା ମୁତାବକ, ସୋ’ରେ ଏଣ୍ଟ୍ରି କରିବା ପୂର୍ବରୁ ଦୀପକ ତାଙ୍କ ପ୍ରେମିକ ବୋଲି ଉର୍ବଶୀ କହିଥିଲେ । ଏହା ସହ ଉର୍ବଶୀ ଦୀପକଙ୍କଠାରୁ ଗୀତ ମଧ୍ୟ ଶିଖୁଥିବା ଜଣା ପଡ଼ିଥିଲା । କିନ୍ତୁ ଏବେ ଉର୍ବଶୀଙ୍କ ପ୍ରେମିକ ଦୀପକ ନୁହନ୍ତି ବରଂ ସୋ’କୁ ଆସିବା ପୂର୍ବରୁ ତାଙ୍କର ଆଉ ଜଣେ ପ୍ରେମିକ ଥିବା ଜଣା ପଡ଼ିଛି । ଏକ ଫଟୋ ଭାଇରାଲ ହୋଇଛି ଯେଉଁଥିରେ ଉର୍ବଶୀ ନିଜ ଅସଲି ପ୍ରେମିକଙ୍କ ସହ ନଜର ଆସୁଛନ୍ତି ।