ଭୁବନେଶ୍ୱର ଇ-ବୁକ୍ ଠକେଇ ମାମଲା ! ଆଇକ୍ୟୁବିଏସ ସଂସ୍ଥାର ଆଉ ଜଣେ ମହିଳା କର୍ମଚାରୀଙ୍କୁ ଗିରଫ କଲା କମିଶନରେଟ ପୁଲିସ

31

କନକ ବ୍ୟୁରୋ : ଭୁବନେଶ୍ୱର ଇ-ବୁକ୍ ଠକେଇ ମାମଲାରେ ଜଣେ ମହିଳା ଗିରଫ । ଆଇକ୍ୟୁବିଏସ ସଂସ୍ଥାର ଜଣେ ମହିଳା କର୍ମଚାରୀଙ୍କୁ ଗିରଫ କରିଛି କମିଶନରେଟ ପୁଲିସ । କେନ୍ଦୁଝରରୁ ମହିଳା କର୍ମଚାରୀଙ୍କୁ ଗିରଫ କରିଛି କମିଶନରେଟ ପୁଲିସ ।

ସଂସ୍ଥା ନାଁରେ ୧୦୦କୋଟି ଟଙ୍କାର ଠକେଇ ଅଭିଯୋଗ ରହିଛି । ଏହି ମାମଲାରେ ସଂସ୍ଥାର କ୍ୟାପଟେନ ନୃସିଂହ ପ୍ରସାଦ ପଟ୍ଟନାୟକଙ୍କୁ ପୂର୍ବରୁ ଗିରଫ କରିଥିଲା କ୍ୟାପିଟାଲ ଥାନା ପୁଲିସ । ଇ-ବୁକ୍ ଯୋଗାଇ ଦେବା ନାଁରେ ୫୦୦ରୁ ଅଧିକ ଯୁବକ-ଯୁବତୀଙ୍କ ଠାରୁ ପ୍ରାୟ ୧୦୦କୋଟିରୁ ଅଧିକ ଟଙ୍କା ଠକିନେଇଛି ଆଇକ୍ୟୁବିଏସ୍ ।

ଏନେଇ କ୍ୟାପିଟାଲ ଥାନା ଓ ଖାରବେଳନଗର ଥାନାରେ ମାମଲା ରୁଜୁ ହୋଇଛି । ଇ-ବୁକ୍ ସ୍କାନିଂ ମାଧ୍ୟମରେ ୧୦୦କୋଟିରୁ ଅଧିକ ଟଙ୍କା ଠକିନେଇଥିବା ସଂସ୍ଥାର ଆଉ ଜଣେ ମାଷ୍ଟର ମାଇଣ୍ଡ ମନୋଜା ମଂଜରି ପଣ୍ଡାଙ୍କ ସମେତ ୩ଜଣ ଅଧିକାରୀ ଏବେବି ଫେରାର ଅଛନ୍ତି ।