କୋରାପୁଟରେ ମିଳିଲା ଭୁବନେଶ୍ୱର ଗାଡ଼ି ଡ୍ରାଇଭରଙ୍କ ମୃତଦେହ : ୩ ଦିନ ତଳେ ଯାତ୍ରୀ ଧରି ଯାଇଥିଲେ କୋରାପୁଟ

ଚାଳକଙ୍କ ଗାଡ଼ି ଗାୟବ, ଘଟଣାସ୍ଥଳରେ ପୁଲସର ଛାନଭିନ୍, ସାଇଂଟିଫିକ ଟିମର ତଦନ୍ତ

159

କନକ ବ୍ୟୁରୋ : ଭୁବନେଶ୍ୱରରୁ କୋରାପୁଟ ଯାତ୍ରୀ ନେଇ ଯାଇଥିବା ଗାଡ଼ି ଚାଳକଙ୍କ ମୃତଦେହ ଉଦ୍ଧାର  । ଏହାସହ ସେ ନେଇ ଯାଇଥିବା ଗାଡ଼ି ଗାଏବ । ଜୟପୁର-ବୋରିଗୁମ୍ମା-କୋରାପୁଟ ରାଜ୍ୟ ରାଜପଥର ଛାତରଲା ନିକଟରେ ଜମିକଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ଭୁବନେଶ୍ୱରର ସୁଧୀର ସାହୁ ଓ ସେ ଜଣେ ଗାଡ଼ି ଚାଳକ ବୋଲି ଜଣାପଡ଼ିଛି  । ତିନି ଦିନ ତଳେ ସେ ଭୁବନେଶ୍ୱରରୁ କୋରାପୁଟକୁ ୨ ଜଣ ଯାତ୍ରୀଙ୍କୁ ଛାଡ଼ିବାକୁ ଆସିଥିଲେ  ।

ହେଲେ ଏହାପରେ ତାଙ୍କ ଫୋନ ସୁଇଚ୍ ଅଫ୍ ଦେଖାଇବାରୁ ଓ କୌଣସି ଯୋଗାଯୋଗ ହୋଇ ନପାରିବାରୁ ପରିବାର ଲୋକ ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ । ଏହାପରେ ଜିପିଆରଏସ୍ ସହାୟତାରେ ତାଙ୍କ ଲୋକେସନ ବୋରିଗୁମ୍ମାରେ ଥିବା ଟ୍ରାକ କରିଥିଲା ପୁଲିସ୍ । ତାଙ୍କୁ ହତ୍ୟା କରାଯାଇଛି ନା ଆଉ କିଛି ଏନେଇ ତଦନ୍ତ କରୁଛି ବୋରିଗୁମ୍ମା ପୁଲିସ୍  । ସାଇଂଟିଫିକ ଟିମ ମଧ୍ୟ ପହଂଚି ତଦନ୍ତ ଚଳାଇଛି  ।