ଜାମ୍ମୁକାଶ୍ମୀର କୁଫୱାଡାରେ ୨ ଆତଙ୍କବାଦୀ ନିହତ। ୨ଟି ଏକେ-୪୭ ରାଇଫଲ, ହ୍ୟାଣ୍ଡ ଗ୍ରେନଡ୍ ଜବତ କରାଯାଇଛି। 

64

କନକ ନ୍ୟୁଜ: ଜାମ୍ମୁକାଶ୍ମୀରରୁ ବଡ ଖବର ସାମ୍ନାକୁ ଆସିଛି । ସୁରକ୍ଷାବଳଙ୍କୁ ବଡ ସଫଳତା ମିଳିଛି । ଭାରତୀୟ ସେନା ଏବଂ ସ୍ଥାନୀୟ ପୋଲିସ ନିୟନ୍ତ୍ରଣ ରେଖା ନିକଟରେ ୨ ଆତଙ୍କୀଙ୍କୁ ମାରିଦେଇଛନ୍ତି । ଏମାନଙ୍କ ପାଖରୁ ୨ଟି ଏକେ-୪୭ ରାଇଫଲ, ଦୁଇଟି ପିସ୍ତଲ ଏବଂ ୪ଟି ହ୍ୟାଣ୍ଡ ଗ୍ରେନେଡ ଜବତ କରିଛି ।

ବର୍ତ୍ତମାନର ସୂଚନା ଅନୁସାରେ କୁଫୱାଡା ନିକଟ ନିୟନ୍ତ୍ରଣ ରେଖାର ମାଛିଲ ଅଞ୍ଚଳରେ ଏହି ଘଟଣା ଘଟିଛି । ବର୍ତ୍ତମାନ ସୁଦ୍ଧା ଏହି ଦୁଇ ଜଣଙ୍କର ପରିଚୟ ମିଳିପାରିନାହିଁ । ଏହି ଆତଙ୍କବାଦୀ ସୀମାରେ ଆକ୍ରମଣ ପାଇଁ ଯୋଜନା କରୁଥିବା ବେଳେ ସେମାନଙ୍କ ଉଦ୍ୟମକୁ ପଣ୍ଡ କରିଦିଆଯାଇଛି ।