କାହିଁକି ଭଗତ ସିଂ ଓ ତାଙ୍କ ସାଥୀଙ୍କୁ ୧୧ ଘଣ୍ଟା ପୂର୍ବରୁ ଫାଶୀ ଦିଆଯାଇଥିଲା ! ଜାଣନ୍ତୁ ଭଗତ ସିଂଙ୍କ ଫାଶୀ ଦିନର ପୂରା କାହାଣୀ

312

ଭାରତର ବୀର ସୁପୁତ୍ର କ୍ରାନ୍ତିକାରୀ ସହିଦ-ଏ-ଆଜମ ଭଗତ ସିଂ,ଶିବରାମ ରାଜଗୁରୁ ଏବଂ ସୁଖଦେବ ୨୩ ମାର୍ଚ୍ଚ ୧୯୩୧ ତାରିଖରେ ହସି ହସି ଦେଶ ପାଇଁ ଜୀବନ ଦେଇଥିଲେ । ଆଉ ତାଙ୍କରି ସ୍ମୃତିରେ ଆଜି ଦିନଟିକୁ ଶହୀଦ ଦିବସ ଭାବେ ପାଳନ କରୁଛି ପୂରା ଦେଶ । ୧୯୨୯ ମସିହା ଏପ୍ରିଲ ୮ ତାରିଖରେ ଭଗତ ସିଂ ଏବଂ ସାଥି ବଟ୍ଟୁକେଶ୍ୱର ଦତ୍ତ ସେଣ୍ଟ୍ରାଲ ଆସେମ୍ବଲି ଠାରେ ବୋମା ବିସ୍ଫୋରଣ କରିଥିଲେ । ଏହି ଘଟଣାରେ ସାଥି ବଟ୍ଟୁକେଶ୍ୱର ସେଠାରୁ ଚମ୍ପଟ ମାରିଥିବା ବେଳେ ଭଗତ ସିଂହ ବୀର ଭଳି ହସି ହସି ନିଜକୁ ଇଂରେଜ ସରକାରଙ୍କ ଆଡକୁ ଟେକି ଦେଇଥିଲେ । ଏହାସହ ୧୯୨୮ ମସିହାରେ ଲାହୋର ଠାରେ ଏକ ବ୍ରିଟିଶ ପୋଲିସ ଅଧିକାରୀଙ୍କ ୁ ଗୁଳି ମାରି ହତ୍ୟା କରିଥିଲେ ଭଗତ ସିଂ ଓ ତାଙ୍କ ସାଥୀ ସୁଖଦେବ ଓ ରାଜଗୁରୁ । ସେତେବେଳେ ଇଂରେଜର ଭାଏସରୟ ଲର୍ଡ ଇରୱିନ ଏହି ମାମଲାରେ ଏକ ଟ୍ରିବୁନାଲ ଗଠନ କରିଥିଲେ । ଆଉ ଏହି ଟ୍ରିବୁନାଲ ତିନି ଜଣଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ । ଶେଷରେ ୨୩ ମାର୍ଚ୍ଚ ୧୯୩୧ ତାରିଖରେ ଭଗତ ସିଂଙ୍କ ସମେତ ରାଜଗୁରୁ ଏବଂ ଶୁଖଦେବଙ୍କୁ ଫାଶୀଖୁଣ୍ଟରେ ଚଢ଼ାଇ ଦିଆଯାଇଥିଲା ।

ସୁଚନା ମୁତାବକ ସେଣ୍ଟ୍ରାଲ ଆସେମ୍ବଲିରେ ବୋମା ବିସ୍ଫୋରଣ କରିବାକୁ ନେଇ ପ୍ରଥମେ ଫାଶୀର ତାରିଖ ୨୪ ମାର୍ଚ୍ଚକୁ ରଖାଯାଇଥିଲା । କିନ୍ତୁ ବହୁ ସଂଖ୍ୟାରେ କ୍ରାନ୍ତିକାରୀମାନଙ୍କ ବିକ୍ଷୋଭକୁ ନେଇ ଇଂରେଜ ସରକାର ଡରିଯାଇଥିଲେ । ଫଳସ୍ୱରୁପ ଫାଶୀଦଣ୍ଡର ଗୋଟିଏ ଦିନ ପୂର୍ବରୁ ଚୁପଚାପ ତିନି ସ୍ୱାଧିନତା ସଂଗ୍ରାମୀଙ୍କୁ ଫାଶୀଖୁଣ୍ଟରେ ଝୁଲାଇ ଦିଆଯାଇଥିଲା ।

କିଭଳି ଥିଲା ଫାଶୀର ଦିନ : ଭଗତସିଂହ କାରାଗାରରେ ଥିବା ସମୟରେ ବହୁତ ଗୁଡିଏ ପୁସ୍ତକ ପଢିଥିଲେ । ମୃତ୍ୟୁ ପୂର୍ବରୁ ସେ ଲେନିନଙ୍କ ଜିବନୀ ପୁସ୍ତକ ପଢୁଥିଲେ । ୨୩ ମାର୍ଚ୍ଚ ସନ୍ଧ୍ୟା ୭ ଟା ୩୩ ମିନିଟରେ ତିନି ବୀରଙ୍କୁ ଫାଶୀ ଦିଆଯାଇଥିଲା ।

ଫାଶୀ ପୂର୍ବର ବାର୍ତ୍ତା : ଫାଶୀ ସମୟ ନିକଟତର ହେବାପରେ ଥାନାଧିକାରୀ ଭଗତ ସିଂହଙ୍କୁ ଏହାର ସୁଚନା ଦେଇଥିଲେ । ଭଗତ ସିଂହ ସେତେବେଳେ ପୁସ୍ତକ ପଢାରେ ମଗ୍ନ ଥିଲେ । ମୃତ୍ୟୁ ପୁର୍ବରୁ ସେ କହିଥିଲେ “ରୁହ ଜଣେ କ୍ରାନ୍ତିକାରୀକୁ ଆଉ ଜଣେ କ୍ରାନ୍ତିକାରୀଙ୍କ ସହ ମିଶିବାକୁ ଦିଅ” । ଦୁଇ ମିନିଟ ମୌନ ରହିବା ପରେ ସେ କାରାଗାର ଛାତ ଉପରକୁ ବହି ଫୋପାଡି କହିଥିଲେ ‘ ଠିକ ଅଛି ଏବେ ଚାଲ’ । ଫାଶୀ ପୂର୍ବରୁ ଭାରତମାତାର ତିନିସନ୍ତାନ ଗାଇଉଠିଥିଲେ- “ମେରା ରଙ୍ଗଦେ ବସନ୍ତି ଚୋଲା ମାଏ ରଙ୍ଗ ଦେ” ।