ଭିଜିଲାନ୍ସ ଜାଲରେ ଭଦ୍ରକ ଜଳସମ୍ପଦ ବିଭାଗର ଏସଡ଼ିଓ : କମଳାକାନ୍ତ ବେହେରାଙ୍କ ଅଫିସ ସମେତ ୩ ସ୍ଥାନରେ ରେଡ, ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ

35

କନକ ବ୍ୟୁରୋ : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଆଜି ଭିଜିଲାନ୍ସ ପକ୍ଷରୁ ଭଦ୍ରକ ସାଳନ୍ଦୀ ଜଳସେଚନ ଡିଭିଜନର ଉପନିର୍ବାହୀ ଯନ୍ତ୍ରୀ କମଳାକାନ୍ତ ବେହେରାଙ୍କ ଘରେ ଚଢ଼ାଉ କରାଯାଉଛି। ଆଜି ସକାଳେ ଭିଜିଲାନ୍ସର ୪ଟି ଟିମ୍ ଏକକାଳୀନ ଶ୍ରୀ ବେହେରାଙ୍କ କାର୍ୟ୍ୟାଳୟ, ଭଦ୍ର୍ରକ ମୋଟେଲ ଛକରେ ଥିବା ତାଙ୍କ ବାସଭବନ, ଭଦ୍ରକ ରାଣିତାଲ ନିକଟସ୍ଥ ରାହଞ୍ଜ ଗ୍ରାମରେ ଥିବା ପୈତୃକ ଘର ଓ ମୟୂରଭଞ୍ଜ ମୋରଡା ଠାରେ ଥିବା ଶ୍ୱଶୁର ଘରେ ଚଢ଼ାଉ କରିଛନ୍ତି। କେବଳ ଭଦ୍ରକ ବାସଭବନରୁ ୧୪ଟି ବ୍ୟାଙ୍କ ପାସବୁକ ସହ ୩୮ ହଜାର ଟଙ୍କା ଜବତ କରିଥିବା ବେଳେ ଅନ୍ୟ ସ୍ଥାବର , ଅସ୍ଥାବର ସମ୍ପତ୍ତି ଆକଳନ କରାଯାଉଛି।