ସୁପ୍ରିମକୋର୍ଟଙ୍କ ଚେତାବନୀକୁ ମାନିଲେନି ବ୍ରହ୍ମପୁର ଓକିଲ ସଂଘ । ହେଲେ କାହିଁକି ପଢ଼ନ୍ତୁ…

120

କନକ ବ୍ୟୁରୋ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାନିଲେନି ଗଞ୍ଜାମ ଓକିଲ ସଂଘ । ହାଇକୋର୍ଟ ବେଞ୍ଚ୍ ପ୍ରତିଷ୍ଠା ଦାବିରେ ଆନ୍ଦୋଳନରେ ବସିଲେ ଗଞ୍ଜାମ ଜିଲ୍ଲା ଓକିଲ ସଂଘ । ଗତକାଲି ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ଶୁଣାଣି କରି ବାର କାଉନସିଲ ଅଫ୍ ଇଣ୍ଡିଆକୁ ଆନ୍ଦୋଳନରେ ବସିଥିବା ଓକିଲଙ୍କ ଲାଇସେନ୍ସ ବାତିଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଖଣ୍ଡପୀଠ କହିଥିଲେ, ବିହାର ଭଳି ବଡ ରାଜ୍ୟରେ ପାଟନାରେ ଗୋଟିଏ ହାଇକୋର୍ଟ ରହିଛି । ହେଲେ ଓଡିଶାରେ ଯଦି ସମସ୍ତ ଜିଲ୍ଲାରେ ହାଇକୋର୍ଟ ବେଞ୍ଚ୍ ପାଇଁ ଦାବି ହେବ ତାହାଲେ ଏହା ସମ୍ଭବ ନୁହେଁ । ତେଣୁ ଏପରି ଦାବିକୁ ଗ୍ରହଣ କରିନଥିଲେ ସୁପ୍ରିମକୋର୍ଟ ।

ଅନ୍ୟପଟେ ରାଜ୍ୟରେ ଏବେ ପଶ୍ଚିମ ଓଡିଶା, ଦକ୍ଷିଣ ଓଡିଶାରେ ହାଇକୋର୍ଟ ବେଞ୍ଚ୍ ପ୍ରତିଷ୍ଠା ଦାବି ନେଇ ଦାବି ହେଉଛି । ଆନ୍ଦୋଳନ ପାଇଁ କୋର୍ଟ କାର୍ଯ୍ୟ ପ୍ରଭାବିତ ହେଉଛି । ତେଣୁ ଏପରି ନହେବା ଦରକାର ବୋଲି କୋର୍ଟ କହିଛନ୍ତି । ୧୯୮୯ରୁ ଦକ୍ଷିଣ ଓଡିଶାରେ ହାଇକୋର୍ଟ ବେଞ୍ଚ୍ ସ୍ଥାପନ ପାଇଁ ଦାବି ହୋଇ ଆସୁଛି । ୨୦୦୮ରେ ଦାବି ବେଳେ ଓକିଲଙ୍କ ଉପରେ ଲାଠିଚାର୍ଜ ମଧ୍ୟ ହୋଇଥିଲା ।