ଗୋଟିଏ ରୁମରୁ ସାରା ଭୁବନେଶ୍ୱର ! ଉଦଘାଟନ ହେଲା ଭୁବନେଶ୍ୱର କମାଣ୍ଡ ସେଣ୍ଟର, ଏଣିକି ରାଜଧାନୀରେ ସମସ୍ୟାରେ ପଡିଲେ ଇମିଡିଏଟ୍ ଆକସନ୍ ।
ଉଦ୍-ଘାଟନ ହେଲା ଭୁବନେଶ୍ୱର କମାଣ୍ଡ ସେଣ୍ଟର । ଭୁବନେଶ୍ୱରକୁ ଅଧିକ ସ୍ମାର୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂତନ ଭୁବନେଶ୍ୱର ଅପରେସନ ସେଣ୍ଟର ସମତେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଭୁବନେଶ୍ୱର ବିଏମସି ଭବାନୀ ମଲରେ ଭୁବନେଶ୍ୱର ଅପରେସନ୍ସ ସେଣ୍ଟରକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି । ଏହାସହ ଶହୀଦ ନଗରରେ ସ୍ମାର୍ଟ ପାର୍କ ଏବଂ ଏଜି ଛକ ଠାରେ ସୌରଚାଳିତ ଆଡାଫ୍ଟିଡ ଟ୍ରାଫିକ ସିଗନାଲ ନିୟନ୍ତ୍ରଣ ବ୍ୟବସ୍ଥାର ଉଦଘାଟନ, ଶହୀଦନଗର ଠାରେ ଦିବ୍ୟାଙ୍ଗ ଶିଶୁମାନଙ୍କ ପାଇଁ ନିର୍ମାଣ ହେବାକୁଥିବା ସ୍ୱତନ୍ତ୍ର ସେନସୋରୀ ପାର୍କ ଓ ବାପୁଜୀ ନଗରରେ ହେବାକୁଥିବା ସମନ୍ୱିତ ଜନସେବାକେନ୍ଦ୍ରର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ।
Kanak News is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ୱର ଅପରେସନ ସେଣ୍ଟର ତଥା କମାଣ୍ଡ ସେଣ୍ଟର ଆରମ୍ଭ ଦ୍ୱାରା ରାଜଧାନୀର ପ୍ରମୂଖ ସ୍ଥାନରେ ଯେଉଁଠାରେ ଜନଗହଳି ଅତ୍ୟଧିକ ରହୁଛି ସେଠାରେ ଲୋକଙ୍କ ଗିତିବିଧି ଏବଂ ସମସ୍ୟାରେ ପଡିଥିବା ବ୍ୟକ୍ତିଙ୍କୁ ସହାୟତା ପ୍ରଦାନ କରିବାରେ ସହାୟକ ହେବ । ହଠାତ ରାଜଧାନୀର ଯେ କୌଣସି ସ୍ଥାନରେ ଦୁର୍ଘଟଣା ଘଟିଲେ ତୁରନ୍ତ ସେଠାରେ ଜରୁରୀ କାଳୀନ ସହାୟତା ଦଳ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦେବା ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ , ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥା ତଦାରଖ କରାଯିବ । ଏଥିପାଇଁ ସହିଦନଗର ସ୍ଥିତ ବିଏମସି ଭବାନୀ ମଲ ଠାରେ ଅସ୍ଥାୟୀଭାବେ ସେଣ୍ଟ୍ରୋଲାଇଜଡ କମାଣ୍ଡ ସେଣ୍ଟର(ସିସିସିସି)କୁ ଉଦଘାଟନ କରଛନ୍ତି ମୁଖ୍ୟମନ୍ତ୍ରୀ ।
ସୂଚନା ମୁତାବକ ୮୦ଫୁଟ ଚଉଡା ସହ ୭୦ ଇଞ୍ଚ ପ୍ୟାନେଲ ବିଶିଷ୍ଟ ୩୨ଟି ବିଶାଳ ୱାଲ ଭିଡିଓ ସେଟଅପ ଜରିଆରେ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସେବା ଯୋଗାଇବା ପାଇଁ ଏହି ଅପରେସନ ସେଣ୍ଟରୁ ହିଁ ଅପରେଟ କରାଯିବ । ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଜରିଆରେ ଏହି କଣ୍ଟୋଲ ରୁମରେବସି ଲୋକଙ୍କ ପ୍ରତ୍ୟେକ ଗିତିବିଧି ଉପରେ ନଜର ରଖାଯାଇପାରିବ । ଭୁବନେଶ୍ୱର ଅପରେସନ ସେଣ୍ଟରରେ ରାଜ୍ୟ ଓ କେନ୍ଦ୍ରର ପାଖାପାଖି ୨୦ରୁ ଅଧିକ କର୍ମଚାରୀ ନିୟୋଜିତ ହେବେ ।
ସିସିସିସି ଭାବେ ପରିଚିତ ଭୁବନେଶ୍ୱର ଅପରେସନ ସେଣ୍ଟର ଦେଶର ଅନ୍ୟ ସହର ତୁଳନାରେ ସବୁଠାରୁ ବୃହତ ସେଣ୍ଟର । ଏହି ସେଣ୍ଟର କାର୍ୟ୍ୟକ୍ଷମ ହେବାଦ୍ୱାରା ରାଜଧାନୀର ଟ୍ରାଫିକ ବ୍ୟବସ୍ଥା, ପାର୍କିଂ ବ୍ୟବସ୍ଥା, ଗମନା ଗମନ, ଅତ୍ୟାବଶ୍ୟକ ସେବା, ବିପର୍ୟ୍ୟୟକୁ ପରିଚାଳନା କରିବା ସହଜ ହେବ । ପୋଲିସ, ଅଗ୍ନିଶମ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଓ ଅନ୍ୟାନ୍ୟ ଏଜେନ୍ସି ସହ ସମନ୍ୱୟ ରଖି ଏସବୁ କାର୍ୟ୍ୟ ସମ୍ପାଦିତ କରାଯିବ ।