୨୦୦୨ ଗୁଜରାଟ ଦଙ୍ଗା ଉପରେ ବିବିସିର ଡକ୍ୟୁମେଂଟାରୀକୁ ନେଇ ବିବାଦ । କଡ଼ା ପ୍ରତିକ୍ରିୟାଶୀଳ ହେଲେ ଭାରତ ସରକାର

195

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଆନ୍ତର୍ଜାତୀୟ ଖବର ପରିବେଷଣ ସଂସ୍ଥା ବିବିସି ଏକ ସିରିଜ ରିଲିଜ କରିଛି । ଯାହାକୁ କେନ୍ଦ୍ର ସରକାର ବିରୋଧ କରିଛନ୍ତି । ପକ୍ଷପାତ କରାଯାଇଥିବା ଏକ ପ୍ରୋପାଗଣ୍ଡା ତଥା ମନ୍ଦ ପ୍ରଚାର କରାଯାଇଛି । କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ଅବା ଏଜେନ୍ସି ମନ୍ଦ ଉଦେଶ୍ୟ ରଖି ଏଭଳି ଡକ୍ୟୁମେଂଟାରୀ ପ୍ରସ୍ତୁତ କରିଛନ୍ତି । ଏଥିରେ କଲୋନିଆଲ ତଥା ଔପନିବେଶିକ ଚିନ୍ତାଧାରା ଥିବା ସ୍ପଷ୍ଟ ଜଣାପଡୁଛି ବୋଲି ଭାରତର ବୈଦେଶିକ ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି । ଦୁଇ ପାର୍ଟ ଥିବା ବିବିସିର ଏହି ସରିଜର ନାମ ରହିଛି ‘ଇଣ୍ଡିଆ: ଦ ମୋଦୀ କ୍ୱସଚେନ’ । ଏହି ସିରିଜରେ ନରେନ୍ଦ୍ର ମୋଦୀ ଏବଂ ଭାରତର ସଂଖ୍ୟାଲଘୁ ସମ୍ପ୍ରଦାୟ ମୁସଲିମଙ୍କ ମଧ୍ୟରେ ବିବାଦ ଚାଲିଥିବା ବେଳେ ୨୦୦୨ ଗୁଜରାଟ ଦଙ୍ଗା ମାମଲା ତଦନ୍ତରେ ହଜାରେ ଲୋକଙ୍କ ଜୀବନ ଯିବା ପଛରେ ମୋଦୀଙ୍କ ହାତ ଥିବା ଦର୍ଶାଇଯାଇଛି । ଯାହାକୁ ନେଇ ପ୍ରବଳ ବିରୋଧ ଦେଖିବାକୁ ମିଳିଛି ।