ବିବିସି ଡକ୍ୟୁମେଣ୍ଟାରୀ ବିବାଦ: କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ, ମୂଳ ଡକ୍ୟୁମେଣ୍ଟାରୀର କାଗଜପତ୍ର ଦାଖଲ ନିର୍ଦ୍ଦେଶ ।

115

କନକ ବ୍ୟୁରୋ: ବିବିସି ଡକ୍ୟୁମେଣ୍ଟାରୀକୁ ନେଇ ଦେଖାଦେଇଥିବା ବିବାଦ ଉପରେ ସୁପ୍ରିମକୋଟଙ୍କ ଶୁଣାଣି । ମୂଳ ଡକ୍ୟୁମେଣ୍ଟାରୀର କାଗଜପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏଥିପାଇଁ କେନ୍ଦ୍ରକୁ ତିନି ସପ୍ତାହ ଦିଆଯାଇଛି । ତେବେ ଭାରତ ସରାକାର ଏହି ଡକ୍ୟୁମେଣ୍ଟାରୀକୁ ପ୍ରଚାର ପ୍ରସାର ପାଇଁ ବ୍ୟବହାର କରାଯାଉଥିବା କହି ବ୍ୟାନ ଲଗାଇଥିଲେ । ଏବଂ ଏହା ବିରୋଧରେ ଏନ ରାମ, ମହୁଆ ମୋଇତ୍ରା ,ପ୍ରଶାନ୍ତ ଭୂଷଣ ଏବଂ ଏମ ଏଲ ଶର୍ମା ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଥିଲେ । ଯେଉଁଥିରୁ ଶୁକ୍ରବାର ୨ଟି ପିଟିସନ ଉପରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ ।

ଏହି ମାମଲାରେ ଜବାବ ଦାଖଲ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ବିଚାରପତି ସଞ୍ଜୀବ ଖାନ୍ନା ଏବଂ ଏମଏମ ସୁନ୍ଦରେଶଙ୍କ ଖଣ୍ଡପୀଠ ମୂଳ ଡକ୍ୟୁମେଣ୍ଟାରୀ ଦାଖଲ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି । ୩ ସପ୍ତାହ ସମୟ ଦେବା ସହ ଅପ୍ରେଲ ମାସରେ ଏହାର ଶୁଣାଣି ହେବ ବୋଲି କୁହାଯାଇଛି । ତେବେ ଏହି ଘଟଣାରେ ତୁରନ୍ତ ବ୍ୟାନ ହଟାଇବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ । ଏହି ବିବିସି ଡକ୍ୟୁମେଣ୍ଟାରୀକୁ ସେୟାର କରୁଥିବା ଟ୍ୱିଟର ପୋଷ୍ଟ ଓ ୟୁଟ୍ୟୁବ ଭିଡିିଓକୁ ବ୍ଲକ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିଲେ ।