ବାରିପଦା ରାଜ୍ୟର ଉତ୍ତପ୍ତ ସହର, ୧୬ଟି ସହରରେ ୪୦ ଡିଗ୍ରୀ ଉପରେ ତାପମାତ୍ରା

97

କନକ ବ୍ୟୁରୋ: ତାପମାତ୍ରା ବଢ଼ିବାରେ ଲାଗିଛି, ଜଳୁଛି ଓଡିଶା । ବାରିପଦା ହୋଇଛି ରାଜ୍ୟର ସବୁଠୁ ଉତପ୍ତ ସହର । ୪୩.୪ ଡିଗ୍ରୀ ସେଲସିୟସ ତାପମାତ୍ରା ସହ ବାରିପଦା ରାଜ୍ୟର ଆଜି ସବୁଠାରୁ ଉତପ୍ତ ସହର ହୋଇଛି । ରାଜ୍ୟର ୧୬ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ବଲାଙ୍ଗୀର ୪୩, ସୋନପୁର ୪୩ ଦଶମିକ ୨, ଝାରସୁଗୁଡା ୪୨ ଦଶମିକ ୭ ଡିଗ୍ରୀ ଓ ବୌଦ୍ଧର ତାପମାତ୍ରା ୪୨.୫ ଡିଗ୍ରୀ ସେଲିସିୟସ ରେକର୍ଡ କରାଯାଇଛି ।

ସେହିପରି ଟିଟିଲାଗଡ଼ର ତାପମାତ୍ରା ୪୧.୮, ଅନଗୁଳ ୪୨.୯ ଓ ଭବାନୀପାଟଣାରେ ୪୦.୮ ଓ ସୁନ୍ଦରଗଡ଼ର ତାପମାତ୍ରା ୪୨.୦୦ ଡିଗ୍ରୀ ସେଲସିୟସ ହୋଇଛି । ପଶ୍ଚିମ ଓଡ଼ିଶା ଠାରୁ ଅପେକ୍ଷାକୃତ କମ୍ ରହିଛି ଉପକୂଳ ଓଡ଼ିଶାର ତାପମାତ୍ରା । ଭୁବନେଶ୍ୱରର ତାପମାତ୍ରା ୩୮.୨ ଡିଗ୍ରୀ ଥିବା ବେଳେ କଟକର ତାପମାତ୍ରା ୩୯.୦୦ ଡିଗ୍ରୀ ରେକର୍ଡ କରାଯାଇଛି ।