ବରଗଡ ଧନୁଯାତ୍ରାକୁ ନେଇ ମୁଣ୍ଡ ଟେକିଲା ବିବାଦ । କୋଶଳି ଭାଷାରେ ଧନୁଯାତ୍ରା କରିବା ପାଇଁ ଦାବି କରୁଛି କୋଶଳ କ୍ରାନ୍ତି ସେନା

581

କନକ ବ୍ୟୁରୋ : ବରଗଡ ଧନୁଯାତ୍ରାକୁ ନେଇ ବିବାଦ । କୋଶଳି ଭାଷାରେ ଧନୁଯାତ୍ରା କରିବା ପାଇଁ ଦାବି କରୁଛି କୋଶଳ କ୍ରାନ୍ତି ସେନା । ଆଗକୁ ଆସୁଛି ବରଗଡ ଧନୁଯାତ୍ରା । ଯାତ୍ରା ଆରମ୍ଭରୁ ଦେଖିବାକୁ ମିଳିଛି ପ୍ରତିବାଦ । ଚଳିତ ବର୍ଷ ଧନୁଯାତ୍ରାକୁ କୋଶଳି ଭାଷାରେ କରିବା ସହ ୪ଟି ଦାବୀ ନେଇ ବରଗଡ ଗାନ୍ଧୀ ଛକରେ ଅନଶନରେ ବସିଛନ୍ତି କୋଶଳ କ୍ରାନ୍ତି ସେନାର ସଦସ୍ୟମାନେ । ପ୍ରତିବାଦକାରୀ କଂସ ଭୂମିକାରେ ଅଭିନୟ କରିବା ସହ ସମ୍ବଲପୁରୀ ଭାଷାରେ ସଂଳାପ କହିବା ସହ ଅଟ୍ଟହାସ୍ୟ କରିଛନ୍ତି । କହିଛନ୍ତି କଟକ ବାଲିଯାତ୍ରାକୁ କୋଟି କୋଟି ଟଙ୍କାର ଅନୁଦାନ ଦିଆଯାଉଥିବା ବେଳେ ବରଗଡ ଧନୁଯାତ୍ରା ପାଇଁ ୧୦ ଲକ୍ଷ ଟଙ୍କାର ଅନୁଦାନ ଦେଇ ସରକାର ବୈମାତୃକ ମନୋଭାବ ପୋଷଣ କରୁଥିବା ଅଭିଯୋଗ କରିଛି କୋଶଳ କ୍ରାନ୍ତି ସେନା । ତେବେ ଦାବୀ ପୁରଣ ନହେବା ଯାଏଁ ଏ ଅନଶନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଅନ୍ଦୋଳନକାରୀ