ନିର୍ବାଚନୀ ମାହୋଲରେ କଳାଟଙ୍କା ଉପରେ ରୋକ୍ ଲଗାଇବା ପାଇଁ କମିଶନରେଟ ପୁଲିସର ଅଭିଯାନ: ନାକା ଲଗାଇ ଜୋରଦାର ହୋଇଛି ଗାଡ଼ି ଚେକିଂ

106

କନକ ବ୍ୟୁରୋ: ନିର୍ବାଚନକୁ ନେଇ ଟ୍ୱିନ୍ ସିଟିରେ କଳାଟଙ୍କା ଉପରେ ରୋକ୍ ଲଗାଇବା ପାଇଁ ଆରମ୍ଭ ହୋଇଛି ଅଭିଯାନ । ରାତି ସମୟରେ ନାକା ଲଗାଇ ଗାଡ଼ି ଚେକିଂ କରୁଛି ପୁଲିସ । ଗତକାଲି ଚେକିଂ ବେଳେ ନନ୍ଦନକାନନ ଥାନା ପୁଲିସ ଏକ କିଆ ଗାଡ଼ିରୁ ୨ଲକ୍ଷ ୫ହଜାର ଟଙ୍କା ଜବତ କରିଛି । ଜବତ ଟଙ୍କାକୁ ଏଡିଏମ୍ଙ୍କ ଖାତାକୁ ପଠାଯାଇଛି । ଡ୍ରାଇଭର ତଥା ଗାଡ଼ି ମାଲିକ ମନୋଜ କୁମାର ଅଗ୍ରୱାଲ ଟଙ୍କା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଦେଇନପାରିବାରୁ ତଦନ୍ତ ଘେରକୁ ଆସିଛନ୍ତି । ପୂର୍ବରୁ ଚନ୍ଦ୍ରଶେଖରପୁର ଥାନା ପୁଲିସ ୩ଲକ୍ଷ ୬୦ହଜାର ଟଙ୍କା ଜବତ କରିଥିଲା । ତେବେ ନିର୍ବାଚନ ପାଇଁ ଦାଗିଙ୍କୁ ଜେଲ ପଠାଇବା ଏନବିଡବ୍ଲ୍ୟୁ ଡ୍ରାଇଭ ଏବଂ ତଡ଼ିପାର ପ୍ରକ୍ରିୟାକୁ ଜୋରଦାର କରାଯାଇଥିବା ପୁଲିସ କମିସନର କହିଛନ୍ତି ।