ଭୁବନେଶ୍ୱରରେ ସିରିଜ ଦୁର୍ଘଟଣା । ୪ ଜଣ ଆହାତ

406

କନକ ବ୍ୟୁରୋ : ଭୁବନେଶ୍ୱରରେ ସିରିଜ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଆହାତ ହୋଇଥିବା ସମସ୍ତ ୪ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁଇଟି ଅଟୋ, କାର ଓ ସ୍କୁଟିକୁ ଧକ୍କା ଦେଇଛି ଏକ କାର । ଦୁର୍ଘଟଣା ଘଟାଇଥିବା କାର ଚାଳକ ମଦ୍ୟପାନ କରିଥିବା ଜଣାପଡିଛି । ନିଶାରେ ଥାଇ ଏଭଳି ଦୁର୍ଘଟଣା ଘଟାଇଛି । ଏହି ଦୁର୍ଘଟଣା ପରେ ସେଠାରେ ଉପସ୍ଥିତ ଥିବା ଲୋକ ଦୁର୍ଘଟଣା ଘଟାଇଥିବା କାରକୁ ଭଙ୍ଗାରୁଜା କରିଛନ୍ତି । ସେପଟେ ଗାଡିଟି ଜଣେ ଡାକ୍ତରଙ୍କର ହୋଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ ପୋଲିସ ସେଠାରେ ପହଂଚି ଲୋକଙ୍କୁ ବୁଝାସୁଝା କରୁଛି ।