ବ୍ୟାଙ୍କରୁ ଋଣ ନେବା ଶସ୍ତା ହେବ ନା ମହଙ୍ଗା ? ଦିନ ୧୧ଟାରେ କ୍ରେଡିଟ୍ ପଲିସି ଘୋଷଣା କରିବ ରିଜର୍ଭ ବ୍ୟାଙ୍କ ।

29

ଶସ୍ତା ହେବ କି ବ୍ୟାଙ୍କଋଣ ? କମିବ କି ସୁଧହାର ? ଗୃହଋଣ ଶସ୍ତା ହେବ ନା ମହଙ୍ଗା ? ଏ ନେଇ ଆଜି ସ୍ପଷ୍ଟ କରିବ ରିଜର୍ଭ ବ୍ୟାଙ୍କ । ଆଜି ଆରବିଆଇ ତ୍ରୈମାସିକ ମୁଦ୍ରାନୀତିର ଘୋଷଣା କରିବ । ବିଶେଷଜ୍ଞଙ୍କ ମତ ଅନୁସାରେ, ଆରବିଆଇ ଆଜି ସୁଧହାରର ବୃଦ୍ଧି କରିପାରେ । ଏହା ହେଲେ ବ୍ୟାଙ୍କରୁ ଋଣ ନେବା ମହଙ୍ଗା ହେବ । ଅଶୋଧିତ ତୈଳ ଦର ବୃ୍ଦ୍ଧି ଓ ସରକାର ବିଭିନ୍ନ ଶସ୍ୟର ଏମଏସପି ବଢାଇଥିବାରୁ ଆଜିର ଆରବିଆଇର ଘୋଷଣାରେ ଏହାର ପ୍ରଭାବ ଦେଖିବାକୁ ମିଳିପାରେ । ବର୍ତମାନ ଦେଶର ଅର୍ଥନୀତିକୁ ଦୃଷ୍ଟିରେ ରଖି ରେପୋରେଟ୍ରେ ସାମାନ୍ୟ ବୃଦ୍ଧି ହୋଇପାରେ । ଦୁର୍ବଳ ଟଙ୍କା ଓ ତେଲବୃଦ୍ଧିର ପ୍ରଭାବରେ ଦେଶର ଅର୍ଥନୀତି ଏବେ ବଡ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛିା ତେଣୁ ଆରବିଆଇ ସୁଧହାର ବଢାଇପାରେ ।