କନ୍ଧମାଳ : ବାଲିଗୁଡା ଦଲାବାଲି ଘାଟିରେ ଓଲଟିଲା ବସ୍, ଜଣେ ଯାତ୍ରୀ ମୃତ

23

କନକ ବ୍ୟୁରୋ : ଘାଟିରେ ଓଲଟିଲା ବସ୍ । ବାଲିଗୁଡା ଦଲାବାଲି ଘାଟିରେ ବସ ଓଲଟି ପଡିବାରୁ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଏହାସହ ୨୦ଜଣ ଗୁରୁତର ଆହତ ହୋଇଛନ୍ତି । ପକାରିରୁ ବାଲିଗୁଡା ଆସୁଥିବା ବେଳେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ବସରେ ୩୫ରୁ ଅଧିକ ଯାତ୍ରୀ ଥିଲେ । ଗୁରୁତର ୨୦ଜଣଙ୍କୁ ବାଲିଗୁଡା ଉପଖଣ୍ଡକୁ ସ୍ଥାନାନ୍ତରିତ କରାଯାଇଛି ।