ଭୁବନେଶ୍ୱରରେ ପହଞ୍ଚିଲେ ବାବୁସାନ୍। ତୃପ୍ତି ଓ ପ୍ରକୃତିଙ୍କ ପରିବାର ପକ୍ଷରୁ ହୋଇଥିବା ମାମଲାରେ ପଚରାଉଚରା କରିବ ପୋଲିସ। 

106

କନକ ବ୍ୟୁରୋ: ଯେଉଁ ଭାଇରାଲ ଭିଡିଓକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା, ତାହା ଏବେ ନିର୍ଣ୍ଣାୟକ ମୋଡରେ ପହଞ୍ଚିଛି । ଗତ ୪ ଦିନର ଛକାପଂଝାର ଅବସାନ ଘଟାଇ ଘରକୁ ଫେରିଆସିଛନ୍ତି ବାବୁସାନ ମହାନ୍ତି । ଥାନାରେ ମାମଲା ଥିବାରୁ ବାବୁସାନଙ୍କୁ ପଚରା ଉଚରା କରିବ ପୁଲିସ ।

 ଦୁଇଟି ମାମଲାର ତଦନ୍ତ କରୁଛି ଭୁବନେଶ୍ୱର ଖାରବେଳନଗର ଥାନା ପୁଲିସ । ଜଣକ ପରେ ଜଣକର ବୟାନ ରେକର୍ଡ କରିବା ସହ ଘଟଣାସ୍ଥଳରେ ଲୋକଙ୍କ ଠାରୁ ତଥ୍ୟ ସଂଗ୍ରହ କରଯାଇଛି । ପ୍ରକୃତି ମିଶ୍ର ଚେନ୍ନାଇରୁ ଫେରିବା ପରେ ତାଙ୍କ ଘରକୁ ଯାଇ ପଚାରାଉଚରା କରିଥିଲା ପୁଲିସ । ଏବେ ବାବୁସାନଙ୍କ ପାଳି । ପତ୍ନୀଙ୍କ ଠାରୁ ଆରମ୍ଭ ପ୍ରକୃତିଙ୍କ ସହ ସମ୍ପର୍କ ଏବଂ ଏହାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ସମ୍ପର୍କରେ ଜାଣିବାକୁ ଚାହିଁବ ପୁଲିସ । ଗୁରୁବାର ଦିନ ବାବୁସାନଙ୍କୁ ଥାନାକୁ ଡକାଯାଇପାରେ ବୋଲି ସୂଚନା ମିଳିଛି । ନଜର ପକାନ୍ତୁ, ବାବୁସାନଙ୍କୁ କି କି ପ୍ରଶ୍ନ ପଚାରିବ ପୁଲିସ?

ବାବୁସାନଙ୍କୁ କ’ଣ ପଚାରିବ ପୁଲିସ? 

ଆପଣଙ୍କ ବୈବାହିକ ଜୀବନ କେମିତି ଥିଲା?

ପ୍ରକୃତି ମିଶ୍ରଙ୍କ ସହ ଆପଣଙ୍କ ସମ୍ପର୍କ କେତେ ନିବିଡ଼ ରହିଛି?

ଆପଣଙ୍କୁ ନିଶାଦ୍ରବ୍ୟ ସେବନ କରିବାକୁ ଦେଉଥିଲେ କି ପ୍ରକୃତି?

ଆପଣ ୨୪ ଘଣ୍ଟା ନିଶା ସେବନ କରୁଥିଲେ କି?

ଆପଣଙ୍କଠାରୁ ପ୍ରକୃତି କେବେ ଟଙ୍କା ନେଇଛନ୍ତି କି?

ପ୍ରକୃତି କେବେ ଆପଣଙ୍କୁ ବ୍ଲାକମେଲ କରିଛନ୍ତି କି?

ଆପଣ ଦୀର୍ଘଦିନ ଧରି ନିଜ ଘରେ ରହୁନଥିବା କଥା ସତ କି?

ତୃପ୍ତିଙ୍କୁ ଆର୍ଥିକ ଓ ମାନସିକ ସହଯୋଗ ଦେଉନଥିଲେ କାହିଁକି?

ଏହି ପ୍ରସଙ୍ଗରେ ଆପଣଙ୍କ ସହ ତୃପ୍ତି କେତେ ଥର ଓ କ’ଣ ଆଲୋଚନା କରିଛନ୍ତି?

ସତ୍ୟନଗରର ଭଡ଼ାଘରେ ଆପଣ ପ୍ରକୃତିଙ୍କ ସହ ରହୁଥିଲେ କି?

ସେଦିନର ପୂରା ଘଟଣା କ’ଣ ଥିଲା?