ଭୁବନେଶ୍ୱରରେ ପହଞ୍ଚି ବାପା, ମାଆଙ୍କ ପାଖକୁ ଗଲେ ବାବୁସାନ। ପୁଅକୁ ଦେଖି ମାଆଙ୍କ ଆଖିରେ ଲୁହ, ଘର ଭିତରେ ସୃଷ୍ଟିହେଲା ଭାବବିହ୍ୱଳ ପରିବେଶ।

168

କନକ ବ୍ୟୁରୋ: ତିନି ଦିନର ସସପେନ୍ସ ପରେ ଓଡିଶା ଫେରିଆସିଛନ୍ତି ଓଲିଉଡ୍ ଷ୍ଟାର ବାବୁସାନ ମହାନ୍ତି । ବାବୁସାନ ପ୍ରାୟ ୮ଟା ୨୫ ବେଳେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ । ଆଉ ବିମାନବନ୍ଦରରୁ ବାହାରିବା ମାତ୍ରେ ତାଙ୍କୁ ସାମ୍ବାଦିକମାନେ ଘେରିଯାଇଥିଲେ ଓ ପ୍ରଶ୍ନ ପଚାରିଥିଲେ । ବାବୁସାନ ପ୍ରଥମେ କ’ଣ କହିବେ ଓ ପ୍ରଥମେ କେଉଁଠିକି ଯିବେ, ତା’ ଉପରେ ସମସ୍ତଙ୍କ ନଜର ରହିଥିଲା । ହେଲେ ବିମାନବନ୍ଦରରୁ ବାହାରିବା ପରେ ବାବୁସାନ ପ୍ରଥମ ପ୍ରତିକ୍ରିୟାରେ କହିଥିଲେ, ସେ ପ୍ରଥମେ ବାପା-ମାଆଙ୍କୁ ଭେଟିବେ, ତାହା ପରେ ଯାହା କହିବେ ।

ବିମାନବନ୍ଦରରୁ ସିଧାସଳଖ ଘର ଅଭିମୁଖେ ବାହାରିଯାଇଥିଲେ ବାବୁସାନ । ବରମୁଣ୍ଡା ସ୍ଥିତ ତାଙ୍କ ଘରକୁ ଯାଇଥିଲେ । ବାପା ଉତ୍ତମ ମହାନ୍ତି ଓ ମାଆ ଅପରାଜିତାଙ୍କୁ ଭେଟିଥିଲେ । ପୁଅକୁ ପୁଣି ଥରେ ପାଖରେ ପାଇ ମାଆ ଅପରାଜିତାଙ୍କ ଭାବବିହ୍ୱଳ ହୋଇଯାଇଥିଲେ । ପୁଅ ବି ମାଆଙ୍କୁ ଧରି କାନ୍ଦି ପକାଇଥିଲେ । ବାବୁସାନ ଆସୁଥିବା ଖବର ପାଇ ତାଙ୍କ ଘର ନିକଟରେ ବହୁ ସଂଖ୍ୟାରେ ଲୋକ ଜମା ହୋଇଥିଲେ । ତାଙ୍କୁ ଭେଟିବା ପାଇଁ ସମ୍ପର୍କୀୟମାନେ ମଧ୍ୟ ଆସିଥିଲେ । ହେଲେ , ଘର ଭିତରକୁ ଅତି ନିକଟତମ ଲୋକଙ୍କ ଛଡା ଆଉ କାହାକୁ ଛଡାଯାଇନଥିଲା ।

ବାବୁସାନଙ୍କ ଉପରେ ସାରାରାଜ୍ୟର ନଜର ଥିବାରୁ ତାଙ୍କ ପ୍ରତିକ୍ରିୟା ନେବାକୁ ଗଣମାଧ୍ୟମ ପ୍ରତିନିଧିମାନେ ଅପେକ୍ଷା କରିଥିଲେ । ହେଲେ ବାବୁସାନ ଥକି ଯାଇଥିବାରୁ ସେ ବିଶ୍ରାମ ନେଉଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ତାଙ୍କ ମା ଅପରାଜିତା । ଦୁଇ ଦିନ ପରେ ସେ ତାଙ୍କର ପ୍ରତିକ୍ରିୟା ରଖିବେ ବୋଲି ଏକ ଭିଡିଓ ଜାରି କରି ସୂଚନା ଦେଇଛନ୍ତି ।

ବାବୁସାନ ଭୁବନେଶ୍ୱର ଫେରିଥିଲେ ବି ପତ୍ନୀ ତୃପ୍ତି ଓ ପୁଅ ପାଖକୁ ଯାଇନାହାଁନ୍ତି । ପ୍ରକୃତି ମିଶ୍ରଙ୍କୁ ମଧ୍ୟ ଭେଟିବାକୁ ଯାଇନାହାନ୍ତିି । ତେଣୁ ଆଗକୁ ବାବୁସାନ କଣ କରିବେ ତାକୁ ନେଇ ପ୍ରଶ୍ନ ଉଠିଛି..
– ବାବୁସାନ କଣ ନିଷ୍ପତି ନେବେ?
– ପତ୍ନୀ ତୃପ୍ତି ଓ ପୁଅ ପାଖକୁ ଯିବେ କି ?
– ପ୍ରକୃତି ମିଶ୍ରଙ୍କ ସହ ଆଉ ସମ୍ପର୍କ ରଖିବେ ନା ନାହିଁ?