କନକ ବ୍ୟୁରୋ : ସୁପ୍ରିମକୋର୍ଟ ଗଲେ ସାରଥୀ । ଜେଲର ଚାରିକାନ୍ଥ ଭିତରେ ରହି ଆଇନର ଲଢେଇ ଲଢୁଥିବା ସାରଥୀ ସୁପ୍ରିମକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି । ସାରଥୀଙ୍କ ଓକିଲ ଏ ନେଇ ସୂଚନା ଦେଇଛନ୍ତି । ହଜାର ହଜାର ଲୋକଙ୍କ ବିଶ୍ୱାସ ସହ ଖେଳ ଖେଳି ଦୁର୍ଦ୍ଦଶା ଭୋଗୁଥିବା ସାରଥୀଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋର୍ଡର ଅନେକ ସଂଗୀନ ଦଫା ଲାଗିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଜଣେ ଯୁବତୀଙ୍କ ସହ ହାଇଦ୍ରାବାଦର ଏକ ହୋଟେଲରେ ସାରଥୀଙ୍କ ରହଣୀକୁ ନେଇ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ହଇଚଇ ହୋଇଥିଲା । ଯୁବତୀଙ୍କ ବୟାନ ଭିତ୍ତିରେ ସାରଥୀଙ୍କ ବିରୋଧରେ ଅନେକ ସଂଗୀନ ଦଫା ଲଗାଯାଇଥିଲା । ଗତବର୍ଷ ଅଗଷ୍ଟ ୮ ତାରିଖରେ କେନ୍ଦ୍ରାପଡା ବାରିମୂଳ ଆଶ୍ରମରୁ ତାଙ୍କୁ ଗିରଫ କରିଥିଲା ପୋଲିସ । ଡିସେମ୍ବର ୧୭ରେ ଏସଡିଜେଏମ କୋର୍ଟରେ ଚାର୍ଜସିଟ ଦାଖଲ ହୋଇଥିଲା । ଆଉ ଏବେ ଜାମିନ ପାଇଁ ସାରଥୀ ସୁପ୍ରିମକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ।
ଦେଖନ୍ତୁ ଏହି ଭିଡିଓ