ଏଲୋପାଥି ଚିକିତ୍ସାକୁ ବଦନାମ କରିବା ପଡିଲା ମହଙ୍ଗା: ଯୋଗଗୁରୁ ବାବା ରାମଦେବଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

254

କନକ ବ୍ୟୁରୋ: ନିଜର ଚିକିତ୍ସା ପଦ୍ଧତିକୁ ଭଲ କହି ଏଲୋପାଥିକ ଚିକିତ୍ସାକୁ ବଦନାମ କରିପାରିବେ ନାହିଁ । ପତଞ୍ଜଳି ଆୟୁର୍ବେଦ କେନ୍ଦ୍ରର ଅନ୍ୟତମ ପ୍ରତିଷ୍ଠାତା ତଥା ଯୋଗଗୁରୁ ବାବା ରାମଦେବଙ୍କୁ ଏପରି କହିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନ. ଭି ରମନ୍ନା । ଇଣ୍ଡିଆନ ମେଡିକାଲ ଆସୋସିଏସନର ଆବେଦନର ଶୁଣାଣି କରି ମଙ୍ଗଳବାର ସୁପ୍ରିମକୋର୍ଟ ଏଭଳି କହିଛନ୍ତି । ଏଥିସହ ପତଞ୍ଜଳି ଆୟୁର୍ବେଦ କେନ୍ଦ୍ର ଏବଂ କେନ୍ଦ୍ର ସରକାରକୁ ସମନ କରି ଜବାବ ରଖିବାକୁ କହିଛନ୍ତି କୋର୍ଟ ।

– ଏଲୋପାଥି ଚିକିତ୍ସାକୁ ବଦନାମ କରିବା ଭଳି ବିଜ୍ଞାପନ ଦେଉଥିଲା ପତଞ୍ଜଳି
– ରାମଦେବ ମଧ୍ୟ ବିବୃତି ରଖି ଏଲୋପାଥି ଚିକିତ୍ସାକୁ ଚ୍ୟାଲେଞ୍ଜ କରୁଥିଲେ
– କରୋନା ବେଳେ ଆଲୋପାଥି ଚିକିତ୍ସାକୁ ସମାଲୋଚନା କରିଥିଲେ ଯୋଗଗୁରୁ
– ପ୍ରଧାନ ବିଚାରପତି କହିଛନ୍ତି, ବାବା ରାମଦେବ ନିଜ ଚିକିତ୍ସା ପଦ୍ଧତି ପାଇଁ ଲୋକପ୍ରିୟ
– ଅନ୍ୟର ଚିକିତ୍ସା ପଦ୍ଧତିକୁ ସମାଲୋଚନା କରିପାରିବେ ନାହିଁ ରାମଦେବ
– ଅନ୍ୟ ଚିକିତ୍ସା ପଦ୍ଧତିକୁ ବଦନାମ କରିବାରୁ ନିବୃତ ରହିବା ଦରକାର
– ସେଜିଆଇଙ୍କ ପ୍ରଶ୍ନ: ନିଜର ଚିକିତ୍ସା ସବୁକିଛି ଠିକ୍ କରିପାରିବ ଗ୍ୟାରେଂଟି କ’ଣ?
– ସମାନ ପ୍ରସଙ୍ଗରେ ରାମଦେବଙ୍କୁ ଦିଲ୍ଲୀ ହାଇକୋର୍ଟ ସମାଲୋଚନା କରିଥିଲେ
– ଟିକା ନେଇ କରୋନାରେ ସଂକ୍ରମିତ ହେବା ଚିକିତ୍ସା ବିଜ୍ଞାନର ବିଫଳତା କହିଥିଲେ ରାମଦେବ
– ଟିକା ନେବା ପରେ ବାଇଡେନ କରୋନାରେ ସଂକ୍ରମିତ ହୋଇଥିଲେ