ହରିପ୍ରସାଦ ହଟହଟା ! ବିମାନ ବନ୍ଦରରୁ ଲୁଚି ପଳାଇଲେ ରାଜ୍ୟ କଂଗ୍ରେସ୍ ପ୍ରଭାରି

21

କନକ ବ୍ୟୁରୋ : ଗତକାଲି ୟୁପିଏ ରାଷ୍ଟ୍ରପତି ପ୍ରାର୍ଥୀ ମିରା କୁମାରଙ୍କ ଗସ୍ତ ବାତିଲ ହେବା ପରେ ଏକ ରୋଚକ କାହାଣୀ ସାମ୍ନାକୁ ଆସିଛି । ରାଜ୍ୟ କଂଗ୍ରେସ୍ ପ୍ରଭାରୀ ବିକେ ହରିପ୍ରସାଦ ହଟହଟା ହେବା ଭୟରେ ବିମାନବନ୍ଦର ବାହାରକୁ ଆସିନଥିଲେ । ଏପରିକି କୌଣସି ନେତା କିମ୍ବା କର୍ମୀଙ୍କୁ ନଭେଟି ଲୁଚିଲୁଚି ଦିଲ୍ଲୀ ଫେରିଗଲେ ହରିପ୍ରସାଦ । ଏପଟେ କଂଗ୍ରେସ୍ ବିଧାୟକମାନେ ଆଉ ଏକ ପାଦ ଆଗକୁଯାଇ କହିଛନ୍ତି, ହରିପ୍ରସାଦଙ୍କୁ ଓଡିଶା ମାଟି ମଡାଇ ଦେବେ ନାହିଁ ।