ଅଭିଯୁକ୍ତ ଗୋପାଳ ପଛରେ କିଏ? ମାନସିକ ରୋଗୀ ହୋଇଥିବା ବେଳେ କାହଁକି ଏଏସଆଇଙ୍କୁ ଦିଆଯାଇଥିଲା ବନ୍ଧୁକ

1,138

କନକ ବ୍ୟୁରୋ: ନବ ଦାସଙ୍କୁ ହତ୍ୟା କରିଥିବା ଏଏସଆଇ ଗୋପାଳକୃଷ୍ଣ ଦାସଙ୍କ ମାନସିକ ଅବସ୍ଥାକୁ ନେଇ ବେଶ ଚର୍ଚ୍ଚା ହେଉଛି । କୁହାଯାଉଛି-ଗୋପାଳକୃଷ୍ଣ ଦାସ କୁଆଡ଼େ ବାଇପୋଲାର୍ ଡିଜଅର୍ଡର ବା ମାନସିକ ରୋଗରେ ପୀଡ଼ିତ ଥିଲେ । ତେବେ କ’ଣ ଏହି ରୋଗ? ଏବଂ କ’ଣ ଏହାର ଲକ୍ଷଣ?

ବାଇପୋଲାର୍ ଡିଜଅର୍ଡର କ’ଣ?
– ବାଇପୋଲାର୍ ଡିଜଅର୍ଡର ଏକ ମାନସିକ ସ୍ୱାସ୍ଥ୍ୟବସ୍ଥା । ଏହା ସାଧାରଣତଃ ତିନି ପ୍ରକାର । ବାଇପୋଲାର୍ ୱାନ୍ ଡିଜଅର୍ଡର, ବାଇପୋଲାର୍ ଟୁ ଡିଜଅର୍ଡର ଏବଂ ସାଇକ୍ଲୋଫେମିଆ ଡିଜଅର୍ଡର । ଏହି ତିନି ପ୍ରକାର ମାନସିକ ଅବସ୍ଥା ମୁଖ୍ୟତଃ ମାନିଆ ବା ମାନସିକ ଉନ୍ମାଦନା ଏବଂ ଡିପ୍ରେସନ୍ ବା ହତାଶଭାବକୁ ପ୍ରକାଶ କରିଥାଏ । ବେଳେବେଳେ ଉଭୟ ଉନ୍ମାତନା ଏବଂ ହତାଶଭାବକୁ ପ୍ରକାଶ କରିଥାଏ ।

ଯେଉଁ ବ୍ୟକ୍ତିମାନେ ଏହି ମାନସିକ ଅବସ୍ଥା ଦେଇ ଗତି କରୁଥାନ୍ତି, ତାଙ୍କ ହାବଭାବ ଓ ଚାଲିଚଲଣରେ ପରିବର୍ତନ ଦେଖିବାକୁ ମିଳିଥାଏ? ଏମିତି କି ମନରେ ହିଂସ୍ରତା ଆସିଲେ-
– ମାନସିକ ରୋଗୀ ନିଜକୁ ମାରିପାରେ
– ପରିବାର ସମସ୍ତଙ୍କୁ ହତ୍ୟା କରିପାରେ
– ରାଗ ରଖି ଆଉ ଜଣଙ୍କୁ ହତ୍ୟା କରିପାରେ
– ଜଣଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରିପାରେ

ତେବେ ସାଧାରଣତଃ ଏହି ରୋଗର ଲକ୍ଷଣ କ’ଣ ନଜର ପକାନ୍ତୁ
କ’ଣ ଏହି ରୋଗର ଲକ୍ଷଣ ?
– କଥାବାର୍ତ୍ତାରେ ପରିବର୍ତ୍ତନ ହେବା
– ଚିନ୍ତାଧାରା ପରିବର୍ତ୍ତନ ହେବା
– ସନ୍ଦେହ କରିବା
– ଅତ୍ୟଧିକ ଉତ୍ସାହିତ ହେବ
– ବଡ଼ ବଡ଼ କଥା କହିବା
– ନିରାଶ ଭାବ ପ୍ରକାଶ କରିବା
– କିଏ ମାରିଦେବ ସେଭଳି ଧାରଣା ହେବ

ଯଦି ରୋଗୀ ଜଣକ ମାନିଆ ଅବସ୍ଥାରେ ଅଛନ୍ତି ତେବେ ଅତ୍ୟଧିକ ଉତ୍ସାହିତ ହେଲା ଭଳି ଲକ୍ଷଣ ଦେଖାଯିବ । ଏବଂ ଯଦି ଏହା ଡିପ୍ରେସନ୍ ସ୍ଥରକୁ ଚାଲିଯାଇଛି ତେବେ ନକରାତ୍ମକ ଲକ୍ଷଣ ଓ ସନ୍ଦେହ କଲା ଭଳି ଆଚରଣ ଦେଖାଯିବ ।

ମାନସିକ ରୋଗର ଏହି ଲକ୍ଷଣ ଭିତରେ ପ୍ରଶ୍ନ ଆସୁଛି-
-ଗୋପାଳକୃଷ୍ଣ ଦାସ ପ୍ରକୃତରେ ମାନସିକ ରୋଗୀ ଥିଲେ କି?
-ଯଦି ଥିଲେ ଏ ସମ୍ପର୍କରେ ପୁଲିସ ବିଭାଗ ଅବଗତ ଥିଲା ନା ନାହିଁ?
-ଯଦି ଅବଗତ ଥିଲା ତେବେ ତାଙ୍କୁ ଦାୟୀତ୍ୱରେ ନିୟୋଜିତ ରଖାଯାଇଥିଲା କେମିତି ?
-ନା’ ମାନସିକ ରୋଗୀର ଆଳ ଦେଖାଇ ମାମଲାକୁ ଭିନ୍ନ ଦିଗରେ ମୋଡ଼ି ଦେବାକୁ ଉଦ୍ୟମ କରାଯାଉଛି?