ପୁରୀ ବ୍ୟୁରୋ , କନକ ନ୍ୟୁଜ୍ : ଶ୍ରୀମନ୍ଦିର ଜଗମୋହନ ଚକ୍ର ଫାଟ ପ୍ରସଙ୍ଗ । ଫାଟର ଯାଂଚ କରିବ ଏଏସଆଇ ଟିମ୍ । ଆଜି ଏଏସଆଇର ୩ ଜଣିଆ ଟିମ୍ ଜଗମୋହନ ଫାଟର ଯାଂଚ କରିବେ । ଜଗମୋହନ ଚକ୍ରରେ ୭ଟି ଫାଟ ଥିବା ଜଣାପଡିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ବେଶ କିଛି ମାସ ହେବ ଜଗମୋହନ ମରାମତି ଚାଲିଛି । ତେବେ ମରାମତି କାମ ଶେଷକୁ ନେଇ ଅନେକ ସମୟରେ ବାଦ ବିବାଦ ଦେଖାଦେଇଛି । ଏନେଇ ହାଇକୋର୍ଟରେ ମଧ୍ୟ ମାମଲା ହୋଇଛି ।
ଦେଖନ୍ତୁ ଏହି ଭିଡିଓ :