ବିଭିନ୍ନ ଦାବି ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିଲେ କଳା ଶିକ୍ଷକ : ସ୍ଥାୟୀ ନିଯୁକ୍ତି ଓ ଦରମା ବୃଦ୍ଧି ଦାବି

17

କନକ ବ୍ୟୁରୋ : ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଆଗରେ କଳା ଶିକ୍ଷକ । ବିଭିନ୍ନ ଦାବି ନେଇ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ବାସଭବନ ଆଗରେ ଧାରଣା ଦେଇଛି ଓଡିଶା କଳା ଶିକ୍ଷକ ସଂଘ । ମୁଖ୍ୟତଃ ସ୍ଥାୟୀ ନିଯୁକ୍ତି, ଦରମା ବୃଦ୍ଧି, ସ୍କୁଲରେ ଉତମ ସଂଗୀତ, ନୃତ୍ୟ ଓ ବାଦ୍ୟଯନ୍ତ୍ର ଶିକ୍ଷା ପାଇଁ ନୂତନ ପାଠ୍ୟ ଖସଡା ବ୍ୟବସ୍ଥା କରିବା ଏବଂ ଏଥିପାଇଁ ଆବଶ୍ୟକୟୀ ଉପକରଣ ଯୋଗାଇବା ପାଇଁ ଦାବି କରିଛି ସଂଘ ।

ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ନିଯୁକ୍ତି ପାଇଛନ୍ତି ପାର୍ଟଟାଇମ୍ ଆର୍ଟ ଇନଷ୍ଟ୍ରକ୍ଟର । ୨୦୧୩ ମସିହାରୁ ଏହି କଳା ଶିକ୍ଷକମାନେ ପ୍ରତ୍ୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କାମ କରିଆସୁଛନ୍ତି । ତେବେ ଉପଯୁକ୍ତ ପାରିଶ୍ରମିକ ପାଇଁ ବାରମ୍ବାର ଦାବି କରୁଛି ସଂଘ ।

ରାଜ୍ୟ ସରକାର ମଧ୍ୟ ସଂଘ ସହ ଆଲୋଚନା କରି ଦାବୀ ପୂରଣ ପାଇଁ ପ୍ରତିଶ୍ରୁତି ଦେଉଛନ୍ତି । ହେଲେ ପରର୍ବତୀ ସମୟରେ କଳା ଶିକ୍ଷକଙ୍କ ଦାବୀକୁ ଅଣଦେଖା କରୁଥିବା ଅଭିଯୋଗ କରିଛି ଓଡିଶା କଳା ଶିକ୍ଷକ ସଂଘ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –