ବିରାଟ ବିଜୟ ପରେ କୋହଲିଙ୍କ ପାଇଁ ଅନୁଷ୍କା ଲେଖିଲେ ଇନଷ୍ଟାଗ୍ରାମ ପୋଷ୍ଟ । ଶୁଣନ୍ତୁ, ନିଜ ସ୍ୱାମୀଙ୍କ ପାଇଁ ସୋସିଆଲ୍ ମିଡିଆରେ କଣ ଲେଖିଲେ ଅନୁଷ୍କା ଶର୍ମା?

1,860

କନକ ବ୍ୟୁରୋ: ଟି ଟ୍ୱେଣ୍ଟି ବିଶ୍ୱକପରେ ପାକିସ୍ତାନ ଉପରେ ବଡ଼ ବିଜୟ ପରେ ସାରା ଭାରତ ଖୁସିରେ ଝୁମୁଛି । ଆଉ ଏହି ବିଜୟର କର୍ଣ୍ଣଧାର ପାଲଟିଛନ୍ତି ବିରାଟ କୋହଲି । କିଙ୍ଗ କୋହଲିଙ୍କ ବ୍ୟାଟିଂ କରିସ୍ମାରେ ପାକିସ୍ତାନର ବିଜୟର ସ୍ୱପ୍ନ ଧୂଳିସାତ ହୋଇଯାଇଛି । ସାରା ଭାରତରୁ ପ୍ରଶଂସାର ସୁଅ ଛୁଟିଥିବା ବେଳେ ପତ୍ନୀ ଅନୁଷ୍କା ଶର୍ମା ବିରାଟଙ୍କ ପାଇଁ ଲେଖିଛନ୍ତି ଭାବବିହ୍ୱଳ ଇନଷ୍ଟାଗ୍ରାମ ପୋଷ୍ଟ ।

 

View this post on Instagram

 

A post shared by AnushkaSharma1588 (@anushkasharma)

କୋହଲିଙ୍କ ଚମକ୍ରାର ପ୍ରଦର୍ଶନ ଓ ଭାରତର ବିଜୟରେ ଆତ୍ମହରା ହୋଇପଡ଼ିଛନ୍ତି ଅନୁଷ୍କା । ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରି ଲେଖିଛନ୍ତି ଯେ, ଯେତେବେଳେ ବିରାଟ ଗୋଟିଏ ପରେ ଗୋଟିଏ ଛକା ଓ ଚୌକା ମାରିଚାଲିଥିଲେ, ଆଉ ଯେତେବେଳେ ଭାରତ ବିଜୟ ହାସଲ କଲା, ସେ ସେତେବେଳେ ଖୁସିରେ ନାଚି ଉଠିଥିଲେ । ଖୁସିରେ ପାଟି କରି ଉଠିଥିଲେ । ଆଖିରୁ ଖୁସିର ଲୁହ ଝରିପଡିିଥିଲା । ବିରାଟଙ୍କ ପ୍ରଦର୍ଶନକୁ ଭୂରି ଭୂରି ପ୍ରଶଂସା କରିଛନ୍ତି ଅନୁଷ୍କା । କୋହଲିଙ୍କ ଉତ୍ସର୍ଗକୃତ ମନୋଭାବ, ଦୃଢ଼ ମନୋବଳ, ନିଜ ଉପରେ ବିଶ୍ୱାସ ଓ ଅଧ୍ୟବସାୟ ପାଇଁ ସେ ଏପରି ପ୍ରଦର୍ଶନ କରିପାରିଛନ୍ତି ଲେଖିଛନ୍ତି ଅନୁଷ୍କା ।

ସେ ଲେଖିଛନ୍ତି ଯେ, ତାଙ୍କ ଜୀବନରେ ଦେଖିଥିବା ମ୍ୟାଚ୍ ମଧ୍ୟରୁ ଏହା ଶ୍ରେଷ୍ଠ ମ୍ୟାଚ୍ । ପୂର୍ବରୁ ଯେତେବେଳେ କୋହଲି ଖରାପ ଫର୍ମରେ ଚାଲୁଥିଲେ, ତାଙ୍କୁ ଅନେକ ସମାଲୋଚନା କରାଯାଉଥିଲା । ହେଲେ ତାଙ୍କୁ ଦୃଢ଼ ଭାବେ ସମର୍ଥନ ଓ ସାହସ ଯୋଗାଇଆସୁଥିଲେ ଅନୁଷ୍କା । ଆଉ ଏବେ କିଙ୍ଗ କୋହଲିଙ୍କ ବ୍ୟାଟିଂ ଯାଦୁରେ ସାରା ଭାରତ ଝୁମି ଉଠିଛି ।