ବ୍ରହ୍ମପୁରରେ ଦୁର୍ଦ୍ଦାନ୍ତ ଅପରାଧୀ ଆଣ୍ଡଲାକୁ ଏନକାଉଂଟର

34

ବ୍ରହ୍ମପୁର ବ୍ୟୁରୋ, କନକ ନ୍ୟୁଜ୍: ବ୍ରହ୍ମପୁରରେ ଦୁର୍ଦ୍ଦାନ୍ତ ଅପରାଧୀକୁ ପୁଲିସର ଏନକାଉଂଟର । ଗୋଳନ୍ଥରା ତାମଡା ଘାଟିରେ ସୁବାସ ନାୟକ ଓରଫ ଆଣ୍ଡଲାକୁ ଏନକାଉଂଟର କରିଛି ବ୍ରହ୍ମପୁର ପୁଲିସ । ତାର ବାମ ଗୋଡରେ ଗୋଟିଏ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାକୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତି କରାଯାଇଛି । ତା ନିକଟରୁ ଏକ ବନ୍ଧୁକ ଓ ୩ଟି ଗୁଳି ଜବତ କରିଛି ପୁଲିସ । ଆଣ୍ଡଲା ନାଁରେ ବିଭିନ୍ନ ଥାନାରେ ୧୭ଟି ମାମଲା ରହିଥିବା ପୁଲିସ କହିଛି ।